ଟାଟା ଷ୍ଟିଲ୍ ମେରାମଣ୍ଡଳି BFPP – 2 ଷ୍ଟିମ ଲାଇନ୍ ଫାଟି ୧୯ ରୁ ଅଧିକ ଶ୍ରମିକ ଗୁରୁତ୍ତର।
ଢେଙ୍କାନାଳ ସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ୱାର୍କସ୍ରେ ବ୍ଲାଷ୍ଟ ଫରନେସ ୨ ପାୱାର ପ୍ଲାଣ୍ଟର ବାଷ୍ପ ନିର୍ଗମନରୁ ଏକ ଦୁର୍ଘଟଣା ଘଟିଛି । ଅପରାହ୍ନ ୧ଟା ଆଇଏସ୍ଟି ରେ ନିରୀକ୍ଷଣ କାର୍ଯ୍ୟ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ଘଟଣାସ୍ଥଳରେ କାର୍ଯ୍ୟ କରୁଥିବା କିଛି ଲୋକ ହୋଇଛନ୍ତି ।
ଘଟଣାସ୍ଥଳରେ ପ୍ରଭାବିତଙ୍କୁ ତୁରନ୍ତ କାରଖାନା ପରିସରରେ ଥିବା ବୃତିଗତ ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ପରେ ଅଧିକ ଚିକିତ୍ସା ପାଇଁ କଂପାନିର ଆମ୍ବୁଲାନ୍ସ , ଡାକ୍ତର ଓ ପାରା ମେଡିକାଲ୍ ଷ୍ଟାଫ୍ଙ୍କ ସହ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରି ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାର ତୁରନ୍ତ ବାଦ ସମସ୍ତ ଜରୁରୀକାଳୀନ ପ୍ରୋଟୋକଲ୍ ସେବାକୁ ସକ୍ରିୟ କରାଯାଇଥିଲା ଏବଂ ପ୍ରଭାବିତ ଅଂଚଳକୁ ଆବଦ୍ଧ କରାଯାଇଥିଲା । ପ୍ରଭାବିତ ଲୋକଙ୍କ ପରିବାରକୁ ସମସ୍ତ ସୂଚନା ଅବଗତ କରାଯାଇଛି ଓ ସହାୟତା ପ୍ରଦାନକୁ କଂପାନି ସୁନିଶ୍ଚିତ କରୁଛି ।