ପାଣି ପାଇଁ ଦ୍ୱିତୀୟ ଦିନରେ ରାସ୍ତା ରୋକ
ଶେଷରେ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଅଞ୍ଚଳବାସୀ
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଏଫ.ସି.ଆଇ କାରଖାନା ନିକଟରେ ଥିବା ମୁଣ୍ଡା ବଜାର ରେ ପାଣି ସମସ୍ୟା ଏତେ ଜଟିଳ ହୋଇପଡିଛି ଯେ ସେହି ଅଞ୍ଚଳରେ ବସବାସ କରୁଥିବା ଶତାଧିକ ମହିଳା ଓ ପୁରୁଷ ମାନେ ଅନୁଗୋଳ- ତାଳଚେର ରାସ୍ତା କୁ ଅବରୋଧ କରିବାକୁ ବାଧ୍ୟ ହୋଇଛନ୍ତି | ସରକାର 5T ରେ ରୂପାନ୍ତରିତ ହୋଇଥିବା ଡିଣ୍ଡିମ ପିଟୁଥିବା ବେଳେ ଲୋକଙ୍କ ମୌଳିକ ଆବଶ୍ୟକତା କୁ ପୂରଣ ନ କରିବା ଏହା କେତେ ଲୋକାଭିମୁଖି ସରକାର ତାହା ସ୍ପଷ୍ଟ ଅନୁମେୟ ହେଉଛି । ଏଫ.ସି.ଆଇ କାରଖାନା ର ନିକଟ ରେ ହୋଇଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦା ଙ୍କୁ ସପ୍ତାହରେ ମାତ୍ର ଗୋଟିଏ ଦିନ ରେ କେବଳ ଅଧା ଘଣ୍ଟା ପାଇଁ ପାଣି ମିଳୁଛି, ପାଣି ପାଇଁ ସ୍ଥାନୀୟ ଅଞ୍ଚଳର ଲୋକ ମାନେ ପ୍ରାୟ ୨ରୁ ୩ କିମି ପର୍ଯ୍ୟନ୍ତ ଯାଇ ପାଣି ଆଣୁଛନ୍ତି । ସେହିପରି ବିଭାଗୀୟ ପ୍ରତିନିଧି ଙ୍କୁ ବାରମ୍ବାର ଗୁହାରି କଲେ ମଧ୍ୟ ଏହାର କିଛି ସମାଧାନ ହୋଇ ନ ପାରିବାରୁ ସୋମବାର ସେମାନଙ୍କ ଅନିଚ୍ଛା ସ୍ୱତେ ସେମାନେ ରାସ୍ତା ରୋକ କରିବାକୁ ପଡିଛି । ତେବେ ଦୁଇ ଦିନ ହେବ ପାଣି ପାଇଁ ଗରା ବାଲଟି ଧରି ମହିଳା ମାନେ ରାସ୍ତା ଅବରୋଧ କରିଛନ୍ତି । ତେବେ ଆଜି ଘଟଣା ସ୍ଥଳରେ ତହସିଲ ଦର୍ ଓ ପାନୀୟ ଜଳ ବିଭାଗ ଅଧିକାରୀ ପହଞ୍ଚି ଟାଙ୍କର୍ ଯୋଗେ ପାଣି ଯୋଗାଇବା ସହ ପନ୍ଦର ଦିନ ମଧ୍ୟରେ ଏକ ସ୍ଥାୟୀ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ରୁ ଓହରିଥିଲେ ବସ୍ତି ବାସିନ୍ଦା । ଏହି ଧାରଣା ସମୟରେ ସ୍ଥାନୀୟ ସରପଞ୍ଚ ଶୁଭଶ୍ରୀ ଦେବତା ଉପସ୍ଥିତ ରହିଥିଲେ।