( ଅଣସର ଘରେ ଠାକୁର | ମନ୍ଦିର ବେଢା ରେ ଚାଲିଛି ମଦ୍ୟପ ଙ୍କ ଭୋଜି ଭାତ ର ଆସର )
ଜଗତସିଂହପୁର
ତା =13/6/23
ଜଗତସିଂହପୁର ଜ଼ିଲ୍ଲା ମୁଦୁପୁର ପଞ୍ଚାୟତ ସିଦ୍ଧଳ ସ୍ଥିତ ବହୁ ପ୍ରାଚୀନ୍ନ ଐତିହ୍ୟ, ପରମ୍ପରା, ସଂସ୍କୃତି ସମ୍ପନ୍ନ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିଚାଳନା କମିଟି ଏବଂ ସେବାୟତ ଙ୍କ ବ୍ୟବସାୟୀକ ମନୋବୃତି କୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି |ପ୍ରତିବର୍ଷ ପରି ଚଳିତ ବର୍ଷ ଚତୁର୍ଦ୍ଧାମୂରତି ପବିତ୍ର ଦେବସ୍ଥାନ ପୁର୍ଣିମା ରେ ସ୍ନାନ ମଣ୍ଡପ ରେ ସ୍ନାନ କରିବା ଦ୍ଵାରା ମହାପ୍ରଭୁ ମାନଙ୍କୁ ଜର ଦେବାରୁ ଦୀର୍ଘ ପନ୍ଦର ଦିନ କାଳ ଅଣସର ଘରେ ଦେବ ବଇଦ ମହାପ୍ରଭୁମାନଙ୍କୁ ଚିକିଛା କରୁଛନ୍ତି |ଏହି ସମୟ ଭିତରେ ମନ୍ଦିରରେ ସମସ୍ତ ଦେବନୀତି ପରମ୍ପରା ଗତ ଭାବେ ବନ୍ଦ କରାଯାଇଥିବା ବେଳେ ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ଏହା ର ସମ୍ପୂର୍ଣ ପାରମ୍ପରିକ ବ୍ୟତିକ୍ରମ ଦେଖିବାକୁ ମିଳିଛି | ମନ୍ଦିର ସେବାୟତ ଏବଂ ପରିଚାଳନା କମିଟି ସମ୍ପାଦକ ମହାପ୍ରଭୁ ଅଣସର ଘରେ ଥିବା ସମୟରେ ବ୍ୟବସାୟୀକ ମନୋବୃତି ରଖି ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ବିବାହ ଉଛବ ଆୟୋଜନ କରାଯାଇଥିଲା | ଏଥିରେ ମଦ୍ୟପ ଙ୍କ ଦ୍ଵାରା ଭୋଜି ଭାତ ଆସରରେ ଉନ୍ମୁକ୍ତ କାଣ୍ଡ ଘଟିଥିଲା |ମଦ୍ୟପ ମାନେ ମଦ୍ୟ ସେବନ କରି ମାଡ଼ପିଟ କରିବା ସହିତ ବାନ୍ତି ଉଚ୍ଛାଳ ରେ ମନ୍ଦିର ବେଢା ଦୃଗନ୍ଧ ମୟ ହୋଇଥିଲା | ଏହି ଭଳି ଅପ୍ରିତିକାର ପରିସ୍ଥିତି କୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି | ପରିଚାଳନା କମିଟି ସମ୍ପାଦକ ଏବଂ ସେବାୟତ ଙ୍କ ହିନ ମନୋବୃତି କୁ ନେଇ ଉପୁଜିଥିବା ବିବାଦ କୁ ସ୍ଥାନୀୟ ଲୋକ ନିନ୍ଦା କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ