ଆଜି ଢେଙ୍କାନାଳ ଗଣେଷ ବଜାର ଠାରେ ରଥଗଡା ର ଲକ୍ଷ୍ମୀପ୍ରିୟା ସାହୁ ରଜ ପର୍ବ ପାଇଁ ସ୍ପେସିଆଲ ପାନ ଷ୍ଟଲ ଏକ ରଜପର୍ବର ଏକ ନିଆରା ଦୃଶ୍ୟ।ପ୍ରଥମ କରି ଢେଙ୍କାନାଳ ର ଝିଅ ଢେଙ୍କାନାଳ ରେ ଅନ୍ୟ ଝିଅ ବୋହୁମାନଙ୍କ ମନକୁ ଛୁଇଁ ପାରିଲା ପରି ରଜପାନ ଷ୍ଟିଲ ଖୋଲିଛନ୍ତି। ସେ କହନ୍ତି ମୁଁ ଆଗରୁ ରଜରେ ରଜପାନ ବା ମିଠା ପାନ ଖାଇଆସୁଛି। ରଜରେ ପାନଖିଆ ଏକ ନିଆରା ପରମ୍ପରା ରାଧା ବିନା କୃଷ୍ଣ ଅଧା ସେହିପରି ରଜରେ ପାନ ବିନା ରଜ ଅଧା । ତେଣୁ ସେ ଆବଶ୍ୟକତା କୁ ମେଣ୍ଟାଇବା ତଥା ଝିଅମାନଙ୍କ ମନକୁ ଛୁଇଁଲା ପରି ମିଠା ପାନ ପ୍ରସ୍ତୁତ କରୁଛନ୍ତି। ପାନର ମୂଲ୍ୟ ୧୦ ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଥିବା ବେଳେ ପାନରେ ବିଭିନ୍ନ ପ୍ରକାରର ମସଲାପକାଉଥିବା କହିଛନ୍ତି।