କନ୍ଧମାଳରେ ଗୁଳି ଫୁଟିଲା : ଜଣେ ଗୁରୁତର
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଡାକପାଲା ଅଂଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି ।ଗୁଳି ମାଡ଼ରେ ଡ଼ାକ ପାଲା ଅଂଚଳର ଅଜିତ ପ୍ରଧାନ ନାମକ ଜଣେ ଯୁବକ ଗୁରୁତର ହୋଇପଡିଥିବା କୁହାଯାଉଛି । ଅଜିତର ଛାତିରେ ଗୁଳି ବାଜିଛି । ଅଜିତକୁ ପ୍ରଥମେ ଫୁଲବାଣୀ ଜିଲ୍ଲା ମୁଖ୍ୟ ସଦର ମହକୁମା ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଥିଲା ଓ ଅବସ୍ଥା ଗୁରୁତର ହେବାରୁ ବୁଧବାର ସକାଳୁ ବ୍ରହ୍ମପୁର ବଡ଼ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି । ଅଜିତକୁ ତାଙ୍କ ଘର ନିକଟରେ ହିଁ ଗୁଳି ମରାଯାଇଛି । ତେବେ କିଏ କାହିଁକି ଓ କଣ ପାଇଁ ଗୁଳି ମାରିଲା ତାହା ଜଣା ପଡ଼ିନାହିଁ ।ଗୁଳି କାଣ୍ଡ ଯୋଗୁଁ ସମ୍ପୃକ୍ତ ଅଂଚଳ ଲୋକେ ଭୟଭୀତ ହୋଇପଡିଛନ୍ତି । ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ଘଟିଥିବା ଶୁଣିବାକୁ ମିଳୁଛି | ଗୁଳି ମାରି ଦୁର୍ବୁତ୍ତ ଫେରାର ହୋଇଯାଇଛି । ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଅବ୍ୟାହତ ରଖିଛି 


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

