
ଭାରସାମ୍ୟ ହରାଇ ଓଲଟିଲା ଶାଳ ମଞ୍ଜି ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର
ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ):ଭାରସାମ୍ୟ ହରାଇ ଓଲଟିଲା ଶାଳମଞ୍ଜି ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର । ଏଭଳି ଏକ ଘଟଣା ଘଟିଛି, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗଦ୍ରିଙ୍ଗିଆ ଘାଟି ନିକଟରେ । ସୂଚନା ପ୍ରକାରେ ବୁଧବାର ଦିନ ବାଲିଗୁଡ଼ା ଥାନା ବାରଖମା ଗ୍ରାମରୁ ଏକ ୧୪ ଚକିଆ ଟ୍ରକ ନଂ. ଏମଏଚ୍ ୪୦ ସିଏମ୍-୬୧୨୮ ରେ ଶାଳ ମଞ୍ଜି ବୋଝେଇ କରି ବାଲିଗୁଡ଼ା ୫୯ ନଂ.ଜାତୀୟ ରାଜପଥ ଦେଇ ରାୟପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା l ହେଲେ ବାଲିଗୁଡ଼ାରୁ ପ୍ରାୟ ୧୮ କିଲୋମିଟର ଯିବା ପରେ ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ବୁଲାଣି ରାସ୍ତାରେ ଏକ ଗାଈ ରାସ୍ତା ଉପରକୁ ଆସିଯିବା ଯୋଗୁଁ ଭାରସାମ୍ୟ ହରାଇ ପଡ଼ିଥିଲେ ଚାଳକ । ସୌଭାଗ୍ୟ ବଶତଃ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଥବା ଜଣାପଡ଼ିଛି । ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଫେରିଥିବା ଜଣାପଡ଼ିଛି । ବାରମ୍ବାର ଏହି ଅଞ୍ଚଳରେ ଦୁର୍ଘଟଣା ଘଟି ଜନଜୀବନ ସମେତ ଗାଈଗୋରୁ ଏବଂ ଅନ୍ୟ ଜନ୍ତୁଙ୍କ ଜୀବନ ହାନି ଘଟୁଛି । ଏଣୁ ଏହି ଜାତୀୟ ରାଜପଥ କର୍ତ୍ତୃପକ୍ଷ ସମ୍ପୃକ୍ତ ସ୍ଥାନରେ ସାଇନ୍ ବୋର୍ଡ଼ ଲଗାଇବା ସହ ପ୍ରଶାସନ ରାଜରାସ୍ତାରେ ଗାଈଗୋରୁ, ଛେଳି, ମେଣ୍ଡା ଆଦି ଗୃହପାଳିତ ପଶୁ ଚଳପ୍ରଚଳ ପ୍ରତି ଗୁରୁତ୍ବାରୋପ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


