ସ୍ୱେଛାସେବୀ ସଙ୍ଗଠନ ସେବାଗ୍ରୁପ ଦ୍ୱାରା ବିଭିନ୍ନ ପ୍ରକାରର ଜନହିତକର କାର୍ଯ୍ୟ କରୁଥିବା ପରିଲକ୍ଷିତ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ଏକ ଖଣିଜ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏହି ଅଞ୍ଚଳରେ ସମସ୍ତ ପ୍ରକାରର ଲୋକ ବସବାସ କରନ୍ତି। ଏବଂ ଏହି ବଡ଼ବିଲ ଓ ଏହାର ଆଖପାଖ ଅଞ୍ଚଳରେ ଅନେକ ଗରୀବ ଶ୍ରେଣୀର ଲୋକେ ଲୋକ ମଧ୍ଯ ବାସକରି ବିଭିନ୍ନ ପ୍ରକାରର କାର୍ଯ୍ଯ କରି ନିଜର ଜୀବନ ଜୀବିକା ନିର୍ବାହ କରୁଥିବା ପରିଲକ୍ଷିତ ହୁଏ। ଏହିଭଳି ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ଅନେକ ସମୟରେ ବଡ଼ବିଲ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବାଗ୍ରୁପ୍ ଦ୍ବାରା ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଲୋକଙ୍କ ପାଇଁ ଅନେକ ଜନହିତକର କାର୍ଯ୍ୟ କରୁଥିବା ଦେଖାଯାଏ।ବିଗତ ଦିନରେ ଏହି ସେବାଗ୍ରୁପ୍ ଦ୍ବାରା ନିଃଶୁକ୍ଳ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଓ ନିଃଶୁକ୍ଳ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଏବଂ ବିଭିନ୍ନ ସମୟରେ ସରକାରୀ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଇ ରୋଗୀଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବୁଝିବା ସହ ରୋଗୀଙ୍କୁ ଫଳମୂଳ ବଣ୍ଟନ କରିବା ସହ ଜାତିୟ ଦିବସ ପାଳନ ଅବସରରେ ବଡ଼ବିଲ ପୌରାଞ୍ଚଳ ଅନ୍ତର୍ଗତରେ ସେବାଗ୍ରୁପ୍ ପକ୍ଷରୁ ସହଯୋଗ ରହିଥାଏ। ଯାହା ପାଇଁ ସେବାଗ୍ରୁପ୍ ଅନେକ ସମୟରେ ପ୍ରଶଂସିତ ହୋଇଥାଏ। ସେଥିରୁ ଦୁଇପାଦ ଆଗକୁ ଆସି ପୁଣି ଏକ କାର୍ଯ୍ଯ ସ୍ୱରୂପ ଗ୍ରୀଷ୍ମ ପ୍ରବାହ କୁ ଆଖିରେ ରଖି ବଡ଼ବିଲ ପୌରପାଳିକା ଅନ୍ତର୍ଗତ ୪ନମ୍ବର୍ ୱାର୍ଡ ସ୍ଥିତ ନିଜ କାର୍ଯ୍ୟଳୟ ସମ୍ମୁଖରେ ଏକ ୱାଟର କୁଲର୍ ସ୍ଥାପନା କରି ଏହାକୁ ଜନସାଧାରଣ ଙ୍କ ଉଦେଶ୍ୟ ରେ ଉସର୍ଗୀ କୃତ କରିଛି ଏବଂ ଉକ୍ତ ୪ନମ୍ବର୍ ୱାର୍ଡ ସ୍ଥିତ ସଡିଂ ଅଞ୍ଚଳର ଗରୀବ ଶ୍ରେଣୀର ଲୋକଙ୍କୁ ମଶାରୀ ବିତରଣ କରି ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇପାରିଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ