Search
Close this search box.

ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ପରିସରରେ ଗଁଦିଆ ସ୍ମୃତି ସଂସଦ ଗଁଦିଆ ତରଫରୁ ପ୍ରଥମ ବାର୍ଷିକ ରଜମହୋତ୍ସବ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ଅନ୍ତର୍ଗତ ବିଧାରପୁର ସ୍ଥିତ ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ପରିସରରେ ଗଁଦିଆ ସ୍ମୃତି ସଂସଦ ଗଁଦିଆ ତରଫରୁ ପ୍ରଥମ ବାର୍ଷିକ ରଜମହୋତ୍ସବ ଅନୁଷ୍ଠାନ ର ଉପଦେଷ୍ଟା ତଥା ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସମୀର କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜୁନ୍ ମାସ ଚଉଦ ତାରିଖ ପୂର୍ବାହ୍ନ ଏଗାରଟାରେ ଅନୁଷ୍ଠିତ ହୋଇଯାଇଛି। ଗଁଦିଆ ସ୍ମୃତି ସଂସଦ ସଭାପତି ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ ଗଁଦିଆ ଥିଙ୍କରସ ଫୋରମ୍ ସଭାପତି ସୁବ୍ରତ କୁମାର ସାହୁ , ସମ୍ମାନିତ ଅତିଥି ଭାବେ ଗଁଦିଆ ଆଞ୍ଚଳିକ ସେବା ସଂଗଠନ ସଭାପତି ବିଦ୍ୟାଧର ସାହୁ, ସମ୍ପାଦକ ତଥା ଆଞ୍ଚଳିକ ରଜମହୋତ୍ସବ ଗଁଦିଆ ର ପ୍ରୁଷ୍ଠପୋଷକ ତାପସ କୁମାର ରାଉତ, ବିଶିଷ୍ଟ କଂଗ୍ରେସ ନେତା ଡମ୍ବରୁଧର ସେଠୀ, ବିଧାରପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଅଜୟ କୁମାର ମହାନ୍ତି, ବିଧାରପୁର ଗ୍ରାମ ସଭାପତି ଭଗବାନ ସାହୁ, ଯୁବ ସମାଜ ସେବୀ ଦୀପକ କୁମାର ମହାନ୍ତି , ଅନୁଷ୍ଠାନ ର ଉପଦେଷ୍ଟା ଡଃ ସମୀର କୁମାର ସାହୁ ଯୋଗଦାନ କରିଥିଲେ ଓ ରଜ ମହୋତ୍ସବ ଉପରେ ଆଲୋଚନା କରିଥିଲେ। ଗଁଦିଆ ସ୍ମୃତି ସଂସଦ ଓ ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ତରଫରୁ ଯୁକ୍ତ ଦୁଇ କଳା ପରୀକ୍ଷାରେ ଜିଲ୍ଲା ର ଯୁଗ୍ମ ଟପ୍ପର ସୁଶ୍ରୀ ଅଭିପସା ଓ ସୁଶ୍ରୀ ଲକ୍ଷ୍ମୀ ପ୍ରିୟା ମହାନ୍ତି ଙ୍କୁ ମାନପତ୍ର ଉପଢୌକନ ଓ ପୁଷ୍ପଗୁଛ ଦେଇ “ଗଁଦିଆ ଶିକ୍ଷା ଗୌରବ ସମ୍ମାନ”ରେ ବିଭୂଷିତ କରାଯାଇଥିଲା। ଉଭୟ ଛାତ୍ରୀ ଭବିଷ୍ୟତ ରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ହେବା ପାଇଁ ସ୍ବପ୍ନ ଦେଖିଛନ୍ତି ବୋଲି ମତ ରଖିଥିଲେ। ସୁଶ୍ରୀ ଅଭିପସା ଙ୍କ ପିତା ଚିତ୍ତରଞ୍ଜନ ସାହୁ ଓ ସୁଶ୍ରୀ ଲକ୍ଷ୍ମୀ ପ୍ରିୟା ମହାନ୍ତି ଙ୍କ ପିତା ଶରତ ମହାନ୍ତି ଙ୍କୁ ଅନୁଷ୍ଠାନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲା। ଅନୁଷ୍ଠାନ ତରଫରୁ ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର ଦୈନିକ ସକାଳ ର ଗଁଦିଆ ବ୍ଳକ ପ୍ରତିନିଧି ସୁଦାମ ଚରଣ ସାହୁ, ସମାଜ ସେବୀ କିରଣ କୁମାର ସାହୁ, ମହାବିଦ୍ୟାଳୟ ର ଗ୍ରନ୍ଥାଗାରିକ ଅମର କୁମାର ପ୍ରଧାନ, ବରିଷ୍ଠ କାର୍ଯ୍ୟାଳୟ ସହାୟକ ବିଶ୍ବଭୂଷଣ ମହାନ୍ତି, ଓ ସୁଶାନ୍ତ କୁମାର ବାରିକ ଉପସ୍ଥିତ ହୋଇ ଆଲୋଚନା ରେ ସକ୍ରୀୟ ସହଯୋଗ କରିଥିଲେ। ଅନୁଷ୍ଠାନ ର ଉପଦେଷ୍ଟା ଡଃ ସମୀର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Recent Post

Live Cricket Update

You May Like This

× How can I help you?