ବିଶ୍ଵ ରକ୍ତ ଦାତା ଦିବସ ରେ ୬୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା
ରକ୍ତ ବା ପ୍ଲାଜମା ଦାନ କରି ପୁନଃ ଜୀବନ ଦାନ କରିଥାନ୍ତୁ। ଅଦ୍ୟ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ରେ ବିଶ୍ଵ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡାକ୍ତର ତ୍ରିଲୋଚନ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଉକ୍ତ ଦିବସକୁ ଶୁଭାରମ୍ଭ କରିଥିଲେ। ଏହା ସହିତ ବିଶ୍ଵ ରକ୍ତଦାତା ଦିବସ ଉପରେ ଆଲୋକପାତ କରିଥିଲେ। ବିଶ୍ଵ ରକ୍ତଦାତା ଦିବସ ଅବସରରେ ସଚେତନତା ରଥକୁ ମୁଖ୍ୟ ଚିକିତ୍ସାଧିକାରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ଦିଲ୍ଲୀପ କୁମାର ପଟ୍ଟନାୟକ ରକ୍ତଦାନ ସଂହତିର ପ୍ରତୀକ ଅଟେ ତେଣୁ ଏହି ପ୍ରୟାସରେ ସାମିଲ ହେବା ପାଇଁ ଗୁରୁତ୍ବ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ଲଡ ବ୍ୟାଙ୍କ୍ ଅଧିକାରୀ ଡାକ୍ତର ସତ୍ୟବ୍ରତ ପାଟଯୋଷି ବିଶ୍ଵ ରକ୍ତଦାତା ଦିବସ ପାଳନ କରିବାର ତାପ୍ତର୍ଯ୍ୟ ଓ ପ୍ରଚାର,ପ୍ରସାର ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆଶା, ପାରାମେଡିକଲ ଷ୍ଟାଫ୍, ବିଭାଗୀୟ କର୍ମଚାରୀ ଓ ରକ୍ତଦାତା ଯୋଗ ଦେଇଥିଲେ।