ସାମାଜିକ ସାଂସ୍କୃତିକ ବିକାଶ ସଂଘ ତରଫରୁ ସ୍ବଚ୍ଛ ସାରଥୀଙ୍କୁ ସମ୍ବର୍ଦ୍ଧନା
ରଜ ସଂକ୍ରାନ୍ତି କୁ ଆଖି ଆଗରେ ରଖି ସାମାଜିକ ସାଂସ୍କୃତିକ ବିକାଶ ସଂଘ ତରଫରୁ ଢ଼େଙ୍କାନାଳ ଜିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ସ୍ୱଚ୍ଛ ସାରଥୀଙ୍କୁ ଉତରୀ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଗଲା।ଢ଼େଙ୍କାନାଳ ସହରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ସ୍ୱଚ୍ଛ ସାରଥୀଙ୍କ ଭୂମିକା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ।ଘର ଘର ବୁଲି ଶୁଖିଲା ଓ ଓଦା ଅଳିଆ ସଂଗ୍ରହ କରି ସହରକୁ ପରିଷ୍କାର ରଖିବାରେ ତାଙ୍କ ଭୂମିକା ଅତୁଳନୀୟ। ପରିଶେସରେ କେକ୍ କାଟି ସଭା ସମାପ୍ତ କରାଗଲା।
ଏଥିରେ ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଢ଼େଙ୍କାନାଳର ବରିଷ୍ଠ ସାମ୍ବାଦିକ ରତନ ନାୟାର ଓ ସ୍ୱରୁପାରାଣି ମିଶ୍ର ଓ ପଦ୍ମାଳୟା ଦାସ।
ସଭା ପରିଚାଳନା କରୁଥିଲେ ସାମାଜିକ ସାଂସ୍କୃତିକ ବିକାଶ ସଂଘର ସଦସ୍ୟା ଅନନ୍ୟା ଦାସ୍ ଓ ସୌମ୍ୟା ମିଶ୍ର ।