(ଅବିନାଶ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରଜ ଉତ୍ସବ ପାଳିତ)
ଜଗତସିଂହପୁର
ତା =15/6/23
ଜଗତସିଂହପୁର ବ୍ଲକ ପଟସରା ଠାରେ ଅବିନାଶ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିଆରା ଢଙ୍ଗ ରେ ରଜ ଉଛବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ତିନୋଟି ପଞ୍ଚାୟତ ରୁ ଶତାଧିକ କୁନି କୁନି ପିଲାମାନେ ପୁଞ୍ଚି, କୁଇଜ୍, ଚିତ୍ରାଙ୍କନ,ନାଚ, ମିଉଜିକ ଚେୟାର ଆଦି ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ |
ଏହି କାର୍ଯ୍ୟକ୍ରମ ରେ ଅବିନାଶ ଚାରିଟେବୁଲ ଟ୍ରଷ୍ଟ ର ଅଧକ୍ଷା ଅଳକା ସ୍ବାଇଁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ପଟସରା ପଞ୍ଚାୟତ ସରପଞ୍ଚ ପ୍ରମୁଖ କୁମାର ରାଉତ |ମୁଖ୍ୟ ବକ୍ତା ପୂର୍ବତନ ସରପଞ୍ଚ ଅଭିମନ୍ୟୁ ନାୟକ | ସଂମ୍ମାନିତ ଅତିଥିଭାବେ ସାମ୍ବାଦିକ ସରୋଜ ନାୟକ | ସାମ୍ବାଦିକ ତପନ ରାଉତ | ସାମ୍ବାଦିକ ଜ୍ୟୋତି ରଞ୍ଜନ ପରିଡ଼ା | ଅଂଶଗ୍ରହଣ କରି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ, ଏହି କାର୍ଯ୍ୟକ୍ରମ କୁ ଟ୍ରଷ୍ଟ ର କୋଷାଧ୍ୟକ୍ଷ ସୁବାସ ସ୍ବାଇଁ,ସୁଭଲଖିମ ଦାସ, ରାକେଶ ବେହେରା ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ


November 8, 2025/
No Comments

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

