*କେନ୍ଦ୍ରାପଡ଼ା ରେ ପୋଲିସ୍ ବିଭାଗ ଦୁର୍ବଳ*
ସାଧାରଣ ଲୋକ ଙ୍କ କହିବା କଥା ଯେ
କେନ୍ଦ୍ରାପଡ଼ା ଜିଲ୍ଲା ର *ସରକାରୀ ମେଡ଼ିକାଲ ପରିସର* ହେଉ କି *ପୌର କାର୍ଯ୍ୟାଳୟ* ହେଉ
ବାର ମ୍ୱାର ବିଭିନ୍ନ ପ୍ରକାରର ସରକାରୀ ଜିନିଷ ଗୁଡ଼ିକ ଚୋରୀ ହେଉ ଥିଲେ ମଧ୍ଯ ପୋଲିସ୍ ବିଭାଗ ଦୁର୍ବଳ କାହିଁକି ??
ମେଡ଼ିକାଲ ରେ ଲଗାତାର ଭାବେ ଚୋରୀ ଘଟଣା ର କିଛି ଦିନ ମଧ୍ୟରେ ପୁଣୀ ଆଜି ଏକ ଘଟଣା ଘଟିଛି ପୌର କାର୍ଯ୍ୟାଳୟ ଠାରେ ……
ଆଙ୍କର–//କେନ୍ଦ୍ରାପଡ଼ା ପୌରପାଳିକା ର ଟ୍ରାକ୍ଟର ଯାହାର ଗାଡି ନମ୍ବର OR 04 J 2.1.5.0 ଗାଡିଟି *ପୌରପାଳିକା* ଭିତରେ ଥିବା *ଗ୍ୟାରେଜ* ରେ ଥିବା ବେଳେ ଗତ ରାତି ଠାରୁ ଟ୍ରାକ୍ଟର ର ବ୍ୟାଟେରୀ *ଚୋରି* ହୋଇଥିବା ନେଇ *ଗାଡି ଡ୍ରାଇଭର* ସେକ ଅସଲମ *ପୌରପାଳିକା ଅଧିକାରୀ* ଓ *ପୌରାଧକ୍ଷ* ଙ୍କୁ ଜଣାଇଥିଲେ, ଏହାପରେ *ଚୋରି* ହୋଇଥିବା ଗ୍ୟାରେଜ ଭିତରେ ଥିବା ଟ୍ରାକ୍ଟର କୁ ଦେଖିବା ପାଁଇ *ଡ୍ରାଇଭର* ଙ୍କ ସହିତ *ପୌରପାଳିକା ର କର୍ମଚାରୀ* ଗ୍ୟାରେଜ ର ତାଲା ଖୋଲିବା ବେଳେ ଟ୍ରାକ୍ଟର ରୁ *ପାର୍ଟସ ଖୋଲୁଥିବାର* ଦେଖିଥିଲେ, *ଉକ୍ତ ଯୁବକ* କର୍ମଚାରୀ ମାନଙ୍କୁ ଦେଖି ଟ୍ରାକ୍ଟର ପଛପଟେ ଲୁଚି ଯିବାକୁ ଚେଷ୍ଟା କରୁଥିବା ସମୟରେ *କର୍ମଚାରୀ* ମାନେ ତାକୁ କାବୁ କରି ନେଇଥିଲେ,ପରେ *କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ* ଜଣାଇଲା ପରେ *ଟାଉନ ଥାନା ପୋଲିସ* କୁ ଖବର ଦିଆଯାଇଥିଲା,ଉକ୍ତ ଯୁବକ କେନ୍ଦ୍ରାପଡ଼ା ର *ଯଇପୁରା* ଅଞ୍ଚଳର ମଥୁରା ଦାସ ଓରଫ ମଙ୍ଗୁ ବୋଲି ଜଣାପଡିଥିଲା,ଟ୍ରାକ୍ଟର ଡ୍ରାଇଭର ଅସଲମ , ମଥୁରା ଦାସ ଚୋରି କରୁଥିବା ଅଭିଯୋଗ କରୁଥିଲେ ମଧ୍ୟ ଏନେଇ ଉଭୟ ପ୍ରତେକ୍ଷଦର୍ଶୀ ଓ ଚୋରି କରୁଥିବା ଯୁବକ କଣ କହୁଛନ୍ତି ଶୁଣନ୍ତୁ…
ପରେ ପରେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପଂହଁଚି ଅଭିଯୁକ୍ତ *ମଥୁରା ଦାସ* କୁ ଟାଉନ ଥାନାକୁ ନେଇ ଅଧିକ ପଚରା ଉଚରା କରୁଥିବା ଜଣାପଡିଛି ।
*କେନ୍ଦ୍ରାପଡ଼ା ରୁ ସରୋଜ କୁମାର ସାହୁ ଙ୍କ ରିପୋର୍ଟ୍*
ଜାଗ୍ରତ ଭାରତ ନ୍ୟୁଜ୍