ରଜ ପାଇଁ ଚଳ ଚଞ୍ଚଳ ସେଣ୍ତକାପ ପୋଇ ଆମ୍ବତୋଟା
କେନ୍ଦୁଝର,୧୬।୬: କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ପଞ୍ଚାୟତ ସେଣ୍ତକାପ ଦୁର୍ଗା ମଣ୍ତପ ନିକଟ ପୋଇ ଆମ୍ବ ତୋଟାରେ ରଜ ମହତ୍ସବ ପାଇଁ ଚଳଚଞ୍ଚଳ ହୋଇ ଉଠିଛି।ଦ୍ବିତୀୟ ଦିନରେ ପୁଚୀ,ହାଣ୍ଡିଭଙ୍ଗା,ଅନ୍ଧପୁଟୁଳି,ବିସ୍କୁଟ ରେସ,ଚକଲେଟ ରେସ,ମୁରୁଜ ଆଦି ବିଭିନ୍ନ ପ୍ରତିଯୋଗିତା ମା’ ଭଉଣୀଙ୍କୁ ନେଇ ଆୟୋଜନ ହୋଇଛି।ପୋଇ ଆମ୍ବ ତୋଟା ରେ ୪ଟି ଖାଇଦୋଳି ପକାଯାଇଥିବାରୁ ରଜ ଦୋଳି ଖେଳ ସହ ରଜ ଗୀତ ମା ଭଉଣୀଙ୍କ ଦ୍ଵାରା ପରିବେଷଣ କରାଯାଇଛି। ରଜ ମହୋତ୍ସବ କମିଟି ସେଣ୍ଡକାପ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି।ଗୋବର୍ଦ୍ଧନ,କୁସୁମୂଳା,କାଉଁରୀକଳା,ପଲାସପୋଖରି,ହାଣ୍ଡିଭଙ୍ଗ, ପୁଟିଳୀଆ,ପଦ୍ମପୁର,ବନାଯୋଡ଼ି,ଯୋଗୀମଠ,ସୁନାପୋଶି, ବଳମାଳ,ଖପରାଖାଇ,ଖୁଣ୍ଟାପୋଡ଼ା,ଉପରଡିହା,ସଙ୍କିରୀ, ଜଡ଼ିପଦା,କଣାପୋଶି,ବାଜୁଣିଟାଙ୍ଗର ଆଦି ଗ୍ରାମର ମା ଭଉଣୀ ମାନେ ଆସି ରଜ ଦୋଳି ଖେଳିବାର ମଜା ନେଉଛନ୍ତି।ଏହି ରଜ ଉତ୍ସବ ରେ ମୟୂରଭଞ୍ଜ,ସୁନ୍ଦରଗଡ ଆଦି ଜିଲ୍ଲା ତଥା ରାଜ୍ୟ ବାହାରରୁ ଝାଡ଼ଖଣ୍ଡ,ବିହାରରୁ ମା ଭଉଣୀ ମାନେ ଆସି ରଜ ଦୋଳିର ଖେଳିବାର ମଜା ନେଉଛନ୍ତି।ଶୁକ୍ରବାର ବିଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ କିଏ ହେବ ରଜ କୁଇଁନ,ଡ୍ୟାନ୍ସ ଧାମକା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ଜଣାପଡିଛି।
କେନ୍ଦୁଝର ଜିଲ୍ଲା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍