ବିସ୍ତାପାଳ ରେ ଜମୁଛି ରଜମହତ୍ସବ
କେନ୍ଦୁଝର,୧୬।୬:କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବିସ୍ତାପାଳରେ ରଜ ପର୍ବ ବେଶ ଧୁମ୍ ଧାମରେ ପାଳନ ହେଉଛି।ସ୍ଥାନୀୟ ଆମ୍ବ ତୋଟାରେ ଆୟୋଜିତ ଦ୍ବିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ବଡବିଲ ପୈାରପାଳିକା ଅଧ୍ୟକ୍ଷ ଶ୍ରୀଯୁକ୍ତ ଲଲାଟେନ୍ଦୁ ମହାନ୍ତ,ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ରମେଶ ମହାନ୍ତ,ନିମନ୍ତ୍ରିତ ଅତିଥି ଶ୍ରୀଯୁକ୍ତ ଲଳିତ ମହାନ୍ତ,ପର୍ଶୁରାମ ମହାନ୍ତ,ମଙ୍ଗଲ ମାଝୀ ପ୍ରମୁଖ ଯୋଗଦେଇଥିଲେ।ପ୍ରାରମ୍ଭରେ ଗ୍ରାମବାସୀ ଅତିଥିଗଣ ଙ୍କୁ ମାଦଳତ ତାଳେ ତାଳେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ମଞ୍ଚକୁ ପାଛଟି ନେଇଥିଲେ।ମୁଖ୍ୟ ଅତିଥି ଶ୍ରୀ ମହାନ୍ତ ବିସ୍ତାପାଳ ମା’ ପାର୍ବତୀ ମଣ୍ତପ ଓ ସଲଗ୍ନ ରାସ୍ତା ମରାମତି କରିବାକୁ ପ୍ରତିଶୃତି ଦେଇଥିଲେ।ଏଣୁ ଶ୍ରୀ ମହାନ୍ତ ଙ୍କୁ ଗ୍ରାମବାସୀ କୃତଜ୍ଞତ ଜଣାଇଛନ୍ତି।ରଜ ମହତ୍ସବ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁଥିବାବେଳେ ଦ୍ବିତୀୟ ଦିନ ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ଙ୍କ ଜନସମାଗମ ହୋଇଛି।ବହୁ ଜନଗୋହଳି କୁ ଦୃଷ୍ଟିକୁ ରଖି ଦୋକାନ ବଜାର ପସରା ମେଲିଛି।ରଜ ପାଇଁ ବିସ୍ତାପାଳ ରଜ କମିଟି ପକ୍ଷରୁ ଖାଇ ଦୋଳି ପକାଇଛି।ଝିଅ ବହୁ ମହିଳା ମାନେ ଦଳିରେ ବସିବା ର ମଜା ନେଉଛନ୍ତି।ଏଥିସହ ରଜ ଦୋଳି ଗୀତ ରେ ବିସ୍ତାପାଳ ଗ୍ରାମ ଚଳଚଞ୍ଚଳ ହୋଇ ଉଠିଛି।ଆଦିବାସୀ ପାରମ୍ପାରିକ ନୃତ୍ୟଗୀତ ଦୋଳିଗୀତ ପ୍ରତ୍ୟେକ ରାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଉଛି।ଏହି ରଜ ମହତ୍ସବ କୁ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଏଜେଣ୍ଟ ପ୍ରସ୍ତୁତ ହୋଇଛନ୍ତି।ପୂର୍ବତନ ଏକ୍ସ ଆର୍ମି ଶ୍ରୀଯୁକ୍ତ ଜୟରାମ ବାଙ୍କିରା,ନୂଆଗାଁ ପଞ୍ଚାୟତ ସମିତି ସଭ୍ୟ ଶ୍ରୀଯୁକ୍ତ ସଂଞ୍ଜୟ କୁମାର ନାଏକ,କମିଟି ସମସ୍ୟ ଚନ୍ଦ୍ର ବାଙ୍କିରା,ଚୁଲୁ ବାଙ୍କିରା,ଦାମଦର ମୁଣ୍ତା,ସୁଜିତ ମୁଣ୍ତା,ମଙ୍ଗଲ ଜାମୁଦା,ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ପ୍ରେମାନନ୍ଦ ସିଂ ପ୍ରମୁଖ ଗ୍ରାମବାସୀ ପରିଚାଳନା ରେ ସହଯୋଗ କରୁଛନ୍ତି।
କେନ୍ଦୁଝର ଜିଲ୍ଲା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍