ଗତ ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ସ୍ବର୍ଗତ ରାମଚନ୍ଦ୍ର ଦାସ ଓ ବାଉଲି ଚରଣ ମଲ୍ଲିକ ସ୍କୁତି କ୍ରୀଡା ଉତ୍ସବ ଧୁମଧାମରେ
ସମାପ୍ତ ହୋଇଯାଇଛି।
ବିଷୟ _____ ରାଜକନିକା ବ୍ଲକ ଅନ୍ତର୍ଗତ ପେଗରପଡା ପଞ୍ଚାୟତର ମା ବାସନ୍ତୀ ପଡିଆ ଠାରେ ଓଡ଼ିଶାର ମହାନ ଗଣପର୍ବ ରଜ ପର୍ବ ଉପଲକ୍ଷେ ସ୍ବର୍ଗତ ରାମଚନ୍ଦ୍ର ଦାସ ଓ ବାଉଲି ଚରଣ ମଲ୍ଲିକ ସ୍କୁତି କ୍ରୀଡା ଉତ୍ସବ ଗତ ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ଖେଳ
ଧୁମଧାମରେ ସମାପ୍ତ ହୋଇଯାଇଛି। ପୂର୍ବ ଭଳି ଗ୍ରାମ୍ୟ ପରମ୍ପରାରେ ପୋଡ଼ ପିଠା, ରଜଦୋଳି, ବାଗୁଡ଼ି ଖେଳ ଆଉ ଦେଖିବାକୁ ମିଳୁନାହିଁ।ଏହି ଗ୍ରାମ୍ୟ ପରମ୍ପରାରେ ହଜି ଯାଉଥିବା ପୁରୁଣା ସ୍କୁତିକୁ ମନେ ପକାଇବା ପାଇଁ କନିକା ମାଟିର ପବିତ୍ର ପେଗରପଡା ପଞ୍ଚାୟତର ଉଚ୍ଚ ଶିକ୍ଷିତ ପୁଅ ନିମାଇଁ ଚରଣ ମଲ୍ଲିକଙ୍କ ପ୍ରଚେଷ୍ଟାରେ ୧୯୯୨ ମସିହାରୁ ଆଜି ପର୍ଯ୍ୟନ୍ତ ବେଙ୍ଗଡିଆ ,ଚିତ୍ର ଅଙ୍କନ,ପୁଚି ଖେଳ ,୧୦୦ ମିଟର ଦୌଡ, ସମେତ ବହୁ ଖେଳ ଅନୁଷ୍ଠିତ ହେଉଛି। ନିମାଇଁ ଚରଣ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦଯାପିତ ଦିବସରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ , ମୁଖ୍ୟ ବକ୍ତା ଭାବେ ଆଳି ନାଗରିକ ମଞର ସଭାପତି ଧନେଶ୍ୱର ରାଉତ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଶ୍ରଦ୍ଧାଞ୍ଜଳି ମଲ୍ଲୀକ, ବଳରାମ ବେହେରା ପ୍ରମୁଖ ଯୋଗଦେଇ ଆଜିର ସମାଜରେ ପୁରୁଣା ସ୍କୁତିକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାର ପ୍ରଚେଷ୍ଟା ଉଦୀୟମାନ ଯୁବକ ନିମାଇଁ ଚରଣ ମଲ୍ଲିକଙ୍କ ଉଦ୍ୟମ ଖୁବ ପ୍ରଶଂସାପତ୍ର ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଶେଷରେ କୃତ୍ତି ପ୍ରତିଯୋଗି ମାନଙ୍କୁ ଅତିଥି ମାନେ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। କମିଟିର ସଦସ୍ୟ ମାନେ ସହଯୋଗ କରିଥିଲେ ଏହି ଖେଳକୁ ।
ରାଜକନିକାରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ