ହାତୀ ଆକ୍ରମଣରୁ ରକ୍ଷା ପାଇବା ନିମନ୍ତେ ସଚେତନତା ଉପରେ ଗୁରୁତ୍ବାରୋପ
ଢେଙ୍କାନାଳ, ତା ୧୬.୦୬.୨୦୨୩ –
ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସୱାନ ହଲ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ହାତୀ ଆକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଣିଷ ଜୀବନ ଅତି ମୂଲ୍ୟବାନ, ହାତୀ ଆକ୍ରମଣରେ ଯେପରି କେହି ମୃତାହତ ନ ହୁଅନ୍ତି ଏବଂ ଧନଜୀବନ ନଷ୍ଟ ନ ହୁଏ, ସେଥ୍ପାଇଁ ହାତୀ ଉପଦ୍ରବକୁ ନିୟନ୍ତ୍ରଣ କରିବା ନିମନ୍ତେ ଗ୍ରାମ ପଞ୍ଚାୟତ ସ୍ତରରେ ଏକ କମିଟି ଗଠନ କରି ହାତୀଙ୍କ ଗତିବିଧୂ ଉପରେ ନଜର ରଖ୍ ପ୍ରତିକାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି । ଏଥିପାଇଁ ସମସ୍ତ ଉପଜିଲ୍ଲାପାଳ, ବିଡିଓ, ସରପଞ୍ଚ, ରେଞ୍ଜର ପ୍ରମୁଖ ବିହିତ ବ୍ୟବସ୍ଥା କରି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।
ଖଣି ଖଦାନରୁ ବେଆଇନ ଖନନ ଏବଂ ଚୋର ଚାଲାଣକୁ ଯାଞ୍ଚ କରି ରାଜସ୍ବ ହାନି ରୋକିବା ଦିଗର ତହସିଲଦାର, ପୋଲିସ କର୍ତ୍ତୃପକ୍ଷ ଏବଂ ବିଭାଗୀୟ ଅଧିକାରୀମାନେ ଅଧିକ ସଜାଗ ହୋଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରିବାକୁ କହିଛନ୍ତି । ଖନନ ଅଞ୍ଚଳକୁ କାରଖାନାରୁ ନିର୍ଗତ ପାଉଁଶ ରେ ପୋତି ସେଠାରେ ବୃକ୍ଷ ରୋପଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
ଢେଙ୍କାନାଳ ଜିଲ୍ଲାରେ ୨୫୦ ଟି ହାତୀ ଅଛନ୍ତି । ଗତ ଆର୍ଥିକ ବର୍ଷରେ ହାତୀ ଆକ୍ରମଣରେ ୩୫ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଚଳିତ ବର୍ଷ ୧୨ ଜଣ ମୃତ୍ୟୁ ବରଣ କରିଛନ୍ତି, ସେହିପରି ଗତବର୍ଷ ୧୬ ଟି ହାତୀ ଏବଂ ଚଳିତ ବର୍ଷ ୨ ଟି ହାତୀଙ୍କର ବିଭିନ୍ନ କାରଣ ରୁ ମୃତ୍ୟୁ ଘଟିଛି ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କୁମାର କର ସୂଚନା ପ୍ରଦାନ କରିଛନ୍ତି । ହାତୀ ପଲଙ୍କୁ ଘଉଡାଇବା ନିମନ୍ତେ ସ୍କାର୍ଡ ଗଠନ କରାଯାଇଛି । ହାତୀ ଆକ୍ରମଣରୁ ସୁରକ୍ଷା ନିମନ୍ତେ ଟ୍ରେଞ୍ଚ ଖନନ, ସୌର ବାଡ ବ୍ୟବସ୍ଥା କରାଯାଉଛି । ଡାକବାଜି ଯନ୍ତ୍ର, ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଗଣମାଧ୍ୟମ ଜରିଆରେ ଜନସାଧ ରଣଙ୍କୁ ଅଧିକ ସଚେତନ କରାଯିବ । ଭୋର ୪ ଟା ରୁ ସକାଳ ୭ ଟା ମଧ୍ୟରେ ଜନସାଧାରଣ ବିଶେଷ କରି ବୟସ୍କ ବ୍ୟକ୍ତିମାନେ ହାତୀ ପ୍ରତି ଅଧିକ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର ଯିବ ବୋଲି ଆରକ୍ଷୀ
ଖଣି ଖଦାନରୁ ବେଆଇନ ଖନନ ଓ ଚୋରୀ ରୋକିବା ନିମନ୍ତେ ଦୃଢ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ( ରାଜସ୍ବ ), ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁଙ୍କ ସମେତ ବନ ବିଭାଗ, ବିଦ୍ୟୁତ ବିଭାଗ ଏବଂ ପୂର୍ବତଟ ରେଳ ଅଧିକାରୀ ମାନେ ଯେ ଗ ଦେଇଥିଲେ । ଶେଷରେ ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।