ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ, ଶୁଦ୍ଧିକ୍ରିୟା ପାଇଁ ସହାୟତା ଯୋଗାଇ ଦେଲା ଇଣ୍ତିଆନ୍ ବାୟ ବାର୍ଥ
କେନ୍ଦୁଝର,୧୬ା୬ କେନ୍ଦୁଝର ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡା ପଞ୍ଚାୟତ ଖୁଣ୍ଟାପଡା ଗ୍ରାମର ନେପାଳ ନାଏକ ୨୦ନମ୍ବର ଜାତୀୟ ରାଜପଥ ପଳାସପଙ୍ଗା ଗ୍ରୀନ ଫିଲଡ ନିକଟରେ ୧୦ଦିନତଳେ ହାଇୱା ଧକ୍କାରେ ମୃତ୍ୟ ବରଣ କରିଥିଲେ।ପରିବାର ରେ ରୋଜଗାର କ୍ଷମ ଅନ୍ୟକେହି ନଥିବାରୁ ୩ ଶିଶୁ ସମେତ ପରିବାର ଅସହାୟ ହୋଇପଡିଥିଲେ।ଏଣୁ ଶୁଦ୍ଧିକ୍ରିୟା ପାଇଁ ସାହଯୋଗର ହାତ ବଢାଇଛି କେନ୍ଦୁଝର ଜିଲ୍ଲା ଅଗ୍ରୀଣୀସ୍ବେଚ୍ଛାସେବୀ ଅନୁଷ୍ଠାନ ଇଣ୍ତିଆନ୍ ବାୟ ବାର୍ଥ ଝୁମ୍ପୁରା ସଂଗଠନ।ନେପାଳ ନାଏକଙ୍କ ମୃତ୍ୟୁ ପରେ ପତ୍ନୀ ରାଇମଣି ନାଏକ (୩୮)ଶାଶୁ ଢେନି ନାଏକ (୭୦) ସମେତ ଝିଅ ଯାଜ୍ଞସିନି ନାଏକ (୧୭) ବର୍ଷାରାଣୀ ନାଏକ (୧୩) ସମ୍ୟରାଣୀ ନାଏକ (୧୦) ତିନି ଝିଅ ଅସହାୟ ହୋଇଯାଇଛନ୍ତି।ସଂଗଠନ ପକ୍ଷରୁ ୩ଝିଅଙ୍କ ପାଇଁ ନୂତନ ବସ୍ତ୍ର ଓ ମା’ ଏବଂ ଶାଶୁଙ୍କ ପାଇଁ ଶାଢୀ ସହିତ ରାସନ୍ ସମଗ୍ରୀ ଆର୍ଥିକ ଅନୁକମ୍ପା ରାଶି ପ୍ରଦାନ କରିଥିଲେ।ଏହି ମାନବିକତା କୁ ନେଇ ଇଣ୍ତିଆନ୍ ବାୟ ବାର୍ଥ ଝୁମ୍ପୁରା ସଂଗଠନ ର ସମସ୍ତ ସଦସ୍ୟଗଣ ପ୍ରଶଂସା ର ପାତ୍ର ହୋଇଛନ୍ତି।
କେନ୍ଦୁଝର ଜିଲ୍ଲା ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍