ଟ୍ରକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର
କେନ୍ଦୁଝର,୧୬ା୬:କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଛକ ନିକଟରେ ଆଜି ସନ୍ଧ୍ୟାରେ ଟ୍ରକ ଧକ୍କରେ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି।ଗୁରୁତର ଜଣଙ୍କ ହେଲେ ବିଷ୍ଠୁପୁର ଗ୍ରାମର ପ୍ରେମା ଚନ୍ଦ୍ର ନାଏକ ବୋଲି ଜଣାପଡିଛି।ଝୁମ୍ପୁରା ପୋଲିସ ଗୁରୁତର ଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛି।ଦୁର୍ଘଟଣା ଘଟାଇଥିବା ଟ୍ରକ ଘଟଣା ସ୍ଥଳରୁ ଚାଲି ଯାଇଥିବା ଜଣାପଡିଛି।ବେପାରୁଆ ଟ୍ରକ ଚାଳକ ମାନେ ଆଖିବୁଜା ଗାଡି ଚାଳନ କରୁଥିବାରୁ ଦୈନିକ କେନ୍ଦୁଝର ଜିଲ୍ଲାରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି।ପୋଲିସ ପ୍ରଶାସନ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କଡାକଡି କରବାକୁ ଅଞ୍ଚଳବାସୀ ଦାବି ଜରିଛନ୍ତି।
କେନ୍ଦୁଝର ଜିଲ୍ଲା ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍