ଗେଲ ଇଣ୍ଡିଆର ଗ୍ୟାସ ପାଇପ ଭାଲବ କଟି ପ୍ରାକୃତିକ ଗ୍ୟାସ ନିର୍ଗତ
…………………………….,
ଅନୁଗୋଳ ତା.15/06/2023
ଆଜି ପ୍ରାୟ ଦିନ 2ଟା ସମୟରେ ଅନୁଗୁଳ ଜିଲ୍ଲାର ବନରପାଳ ତହସିଲ ଅନ୍ତର୍ଗତ ବଳରାମ ପ୍ରସାଦ ଅଂଚଳର ପିଙ୍ଗୁଆ ଗ୍ରାମ ନିକଟରେ ଥିବା ଏକ ସବଷ୍ଟେସନ ନିକଟରେ ଗେଲ ଇଣ୍ଡିଆ ର ଗ୍ୟାସ ପାଇପ ଲାଇନ ଭାଲବ କଟି ପ୍ରାକୃତିକ ଗ୍ୟାସ ନିର୍ଗତ ହୋଇଥିଲା.
ଏହି ଗ୍ୟାସ ପାଇପ ଫାଟିବାର ପ୍ରଚଣ୍ଡ ଶବ୍ଦରେ ଆଖ ପାଖର ଗାଁ ଲୋକେ ଭୟଭୀତ ହୋଇପଡ଼ିଥିଲେ. ସୌଭାଗ୍ୟ ବଶତଃ ସେହି ସବ ଷ୍ଟେସନରେ କାର୍ଯ୍ୟରତ କର୍ମଚାରୀ ଓ 200ମିଟର ଦୂରରେ ଥିବା ଗ୍ରାମବାସୀଙ୍କର କୌଣସି ଧନ ଜୀବନ କ୍ଷୟ କ୍ଷତି ହୋଇନାହିଁ.
ଦୁର୍ଘଟଣା ଘଟିବାର ଖବର ପାଇ ତୁରନ୍ତ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ତ୍ୱରୀତ ବିହିତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ ଓ ଘଟଣା ସ୍ଥଳକୁ ସାଧାରଣ ଜନତାଙ୍କୁ ନଯିବାକୁ ପରାମର୍ଶ ଦେଇଥିଲେ.
ଅନୁଗୁଳ ଉପ ଜିଲ୍ଲାପାଳ ଶ୍ରୀ ବୈତୁରା ଦୀପ ସଦଳବଳେ ଅତିରିକ୍ତ ତହସିଲଦାର ବନରପାଲ , ଉପଖଣ୍ଡ ପୋଲିସ ଅଧିକାରୀ ,ଅନୁଗୁଳ, ବନରପାଲ , ନାଲକୋ ଦମକଳ ବାହିନୀ , ନାଲକୋ , ଜିନ୍ଦଲ ନିରାପତ୍ତା ଅଧିକାରୀ ସହିତ ଗେଲ ଇଣ୍ଡିଆ ମୁଖ୍ୟ ପରିଚାଳକ ଓ ନିରାପତ୍ତା ଦଳ ଘଟଣା ସ୍ଥଳରେ ପହଂଚି ବରିଷ୍ଠ ଅଧିକାରୀଙ୍କ ସହାୟତାରେ ଲିକେଜ ହୋଇଥିବା ସ୍ଥାନକୁ ତୁରନ୍ତ ମରାମତି କରାଯାଇ ଗ୍ୟାସ ନିର୍ଗତକୁ ବନ୍ଦ କରାଇଥିଲେ .
ଭୟଭୀତ ଅବସ୍ଥାରେ ଥିବା ଆଖ ପାଖ ଗ୍ରାମବାସୀଙ୍କ ସହ ଉପଜିଲ୍ଲାପାଳ ପ୍ରତ୍ୟକ୍ଷ ଭାବେ ଆଲୋଚନା ଓ ବୁଝାସୁଝା କରି ସେମାନଙ୍କ ମନରୁ ଭୟ ଦୂର କରିଥିଲେ.
ପ୍ରଶାସନର ତ୍ୱରୀତ ହସ୍ତକ୍ଷେପ ଯୋଗୁଁ ଗୋଟିଏ ବଡ ଧରଣର ଅଘଟଣକୁ ଏଡାଇ ଦିଆଯାଇପାରିଥିଲା. ଏଥିପାଇଁ ଉପଜିଲ୍ଲାପାଳଙ୍କ ସମେତ ଉପସ୍ଥିତ ସମସ୍ତ ଅଧିକାରୀ, କର୍ମଚାରୀ ଓ ଜିଲ୍ଲା ପ୍ରଶାସନକୁ ସ୍ଥାନୀୟ ଅଂଚଳବାସୀ ଭୁୟସୀ ପ୍ରଶଂସା କରିଛନ୍ତି.

/ March 23, 2025
No Comments