ବଡ ଧୁମ ଧାମର ସହ ରଜ ମହୋତ୍ସବ ପାଳିତ ହୋଇଯାଇଛି
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ପାରିଜାତ କ୍ଲବ ଠାରେ ରଜ ମହୋତ୍ସବ ବଡ ଧୁମ ଧାମରେ ପାଳନ କରାଯାଇଥିଲା । ବଳରାମପ୍ରସାଦ ର ଅପରାଜିତା ମହିଳା କ୍ଲବ୍ ଦୁଇ ଦିନ ଧରି ରଜ ମହୋତ୍ସବ କୁ ପାଳନ କରିଥିଲେ । ଏହି ରଜ ମହୋତ୍ସବ ଉପଲକ୍ଷେ ବିଭିନ୍ନ ଖେଳ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ମହିଳା ପ୍ରତିଯୋଗି ମାନେ ଅଂଶ ଗ୍ରହଣ କରିଥିଲେ । ରଜ ମହୋତ୍ସବ ରେ ମହିଳା ମାନେ ବିଭିନ୍ନ ପ୍ରକାରର ପିଠା ଓ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଢେଙ୍କାନାଳ ସାଂସଦ ମହେସ ସାହୁ ,ଜିଲ୍ଲା ବିଜେଡି ର ଉପଦେଷ୍ଟା ଅରୁନାଭ ସିଂହ, ବଅଁରପାଳ ବ୍ଲକ ର ସଭାପତି ବିଜୟ ନାଥ, ବଳରାମପ୍ରସାଦ ର ସରପଞ୍ଚ ଶ୍ରୀମତୀ ଜୟନ୍ତୀ ସାହୁ, ସମିତି ସଭ୍ୟା କିର୍ତି ମୟୀ ସାମଲ ଉପସ୍ଥିତ ରହି କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅପରାଜିତା ମହିଳା କ୍ଲବ୍ ର ସଭାପତି ଭାରତୀ ଦାସ ଓ ସଂପାଦିକା କବିତା ସିଂହ ମଞ୍ଚ ପରିଚାଳନା କରିଥିଲେ , ଓ ମହିଳା କ୍ଲବ୍ ର ସମସ୍ତ ସଦସ୍ୟା ମାନେ ସହଯୋଗ କରିଥିଲେ । ସେଶରେ ସୁଚିସ୍ମିତା ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।