ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ବର୍ପଦା ଗ୍ରାମରୁ ଏକ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ରୁଗୁଢି ପୋଲିସ୍। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ରୁଗୁଢି ଥାନା ଅନ୍ତର୍ଗତ ଗୁଆଲୀ ପଞ୍ଚାୟତ ଅନ୍ତର୍ଗତ ପରପଦା ଗ୍ରାମରେ ଥିବା ଏକ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହକୁ ରୁଗୁଢି ପୋଲିସ୍ ଓ ବଡ଼ବିଲ ଅଗ୍ନିଶମ ବିଭାଗ କର୍ମଚାରୀ ମିଳିତ ଭାବେ ବଡ଼ବିଲ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତ ଦେହକୁ ଉଦ୍ଧାର କରାଯାଇଥିବା ସୂଚନା। ମୃତକର ଶରୀରରେ ଅନେକ କ୍ଷତ ଚିହ୍ନ ଥିବା ପରିଲକ୍ଷିତ ହୁଏ ଏବଂ ମୃତ ଶରୀରରେ ବେକରେ ଓ ଶରୀରରେ କଳା ରଙ୍ଗର ଦାଗ ଦେଖିବାକୁ ମିଳିଛି ଯାହାକି ଅନୁମାନ କରାଯାଏ କି କୌଣସି ପ୍ରକାର ଅଗ୍ନି ଅବା ଇଲେକ୍ଟ୍ରିକ୍ ସଂସ୍ପର୍ଶରେ ଆସି ଏହିଭଳି ଏପରି ଘଟିଥିବା ଅନୁମାନ କରାଯାଏ, କିନ୍ତୁ ରୁଗିଢି ପୋଲିସ୍ ମୃତ ଶରୀରକୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ ର ଅସଲ କାରଣ ଜଣାପଡିବ ବୋଲି ଅନୁମାନ କରାଯାଏ, ମୃତକ ବ୍ୟକ୍ତି ଜଣକ ଗୁଆଲି ପଞ୍ଚାୟତ ଅନ୍ତର୍ଗତ ପରପଦା ଗ୍ରାମର ଅନାମ ନାଏକ ବୋଲି ସୂଚନା। ମୃତକ ଶରୀରରେ ଅନେକ କ୍ଷତ ଚିହ୍ନ ସାଙ୍ଗକୁ ଅନେକ ଦାଗ ରହିଥିବାରୁ ଏହା ଏକ ଶୁକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଏ, ଏସବୁ ଦିଗକୁ ଦୃଷ୍ଟିରେ ରଖି ରୁଗୁଢି ପୋଲିସ୍ ତଦନ୍ତ ଜାରି ରଖିଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।