( ଜଗତସିଂହପୁର ଜ଼ିଲ୍ଲା ରେ ଦେଉଳିଗ୍ରାମେଶ୍ବର ଠାରେ ରଜ ଉପଲକ୍ଷ୍ୟେ ବାଦୀପାଲା ଅନୁଷ୍ଠିତ ,)
ଜଗତସିଂହପୁର
ତା =17/6/23
ଜଗତସିଂହପୁର ସଦର ମହକୁମା ଦେଉଳିଗ୍ରାମେଶ୍ବର ସତ୍ୟନାରାୟଣ ମନ୍ଦୀର ପ୍ରାଙ୍ଗଣରେ ୪ ଦିନ ଧରି ବାଦୀପାଲାକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |,ଏହି ଉପଲକ୍ଷ୍ୟେ ଓଡିଶା ର ସୁନାମଧନ୍ୟ ପାଲାଗାୟକ ଅର୍ଜୁନି ଛତ୍ରିଆ ଖରିଆର ରୋଡ଼ ରୁ ଓ ଗାୟକ ବାଣୀରତ୍ନ ନିରଞ୍ଜନ ସ୍ୱାଇଁ ଙ୍କ ମଧ୍ୟରେ ବାଦୀ ପାଲା ପରିବେଷଣ ହୋଇଥିଲା | ଏହି ପରମ୍ପରା ଦୀର୍ଘ ୧୫୦ ବର୍ଷ ଧରି ସତ୍ୟନାରାୟଣ ମନ୍ଦୀର ପ୍ରାଙ୍ଗଣରେ ହୋଇଆସୁଅଛି |,ଏହି କାର୍ଯ୍ୟ କ୍ରମକୁ ଦେଉଳି ଗ୍ରାମେଶ୍ବର ସତ୍ୟନାରାୟଣ ପାଲIକମିଟି ର ସଭାପତି ବୈକୁଣ୍ଠ ଚରଣ ମହାପାତ୍ର ,ସମ୍ପାଦକ ଦୁଷ୍ମନ୍ତ କୁମାର ସ୍ୱାଇଁ , କୋଷାଧକ୍ଷ ମନ୍ମଥ ଦାଶ ପ୍ରମୁଖ ପରିଚାଳନା କରିଥିବା ବେଲେ ଗ୍ରାମବାସୀ ମାନଙ୍କ ସହଯୋଗ ରହିଛି ,ଏପରିକି ଦେଉଳିଗ୍ରାମେଶ୍ବର ର ସବୁ ସାହି ରେ ହିନ୍ଦୁ ମୁସଲିମ ମିଳିତ ଭାବେ ଏହାକୁ ପରିଚାଳନା କରିଥାନ୍ତି ,| ଦେଉଳିଗ୍ରାମେଶ୍ବର ସମେତ ସ୍ଥାନୀୟ ଅଂଚଳରୁ ବହୁ ଜନସାଧାରଣ ଏହି ପାଲା କୁ ଉପଭୋଗ କରିବା ସହିତ ବାଡ଼ି ପାଲା ର ମଜା ନେଇଥାନ୍ତି ,ଏହି ପରମ୍ପରା ଉକ୍ତ ଅଂଚଳରେ ବେଶ ଲୋକାଦୃତ ହୋଇପାରିଛି ,
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ