(ବଳରାମ ପୁର ନ୍ୟାସନାଲ ସ୍କୁଲ ନିକଟରେ ଦୁଇମହିଳାଙ୍କୁ ହତ୍ୟା, ଜଣେ ଗୁରୁତର,ଅଭିଯୁକ୍ତ ଗିରଫ।)
ଜଗତସିଂହପୁର
ତା =18/6/23
ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବଳରାମ ପୁର ନ୍ୟାସନାଲ ସ୍କୁଲ ନିକଟରେ ଚିଣ୍ଟୁ ନାଥ ନାମକ ଜଣେ ଯୁବକ ସେହି ଗ୍ରାମର ସାଗରିକ ମଲ୍ଲ ଏବଂ ସୁନିତା ଭୋଳ ଓ ସୋନୁ ମଲ୍ଲ ଆଦି ତିନି ଜଣ ମହିଳାକୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଅତିନିର୍ମମ ଭାବେ ହତ୍ୟା କରିଛି |ସେଥିମଧ୍ୟରୁ ସୋନୁ ମଲ୍ଲ ଗୁରୁତର ଥିବା ବେଳେ ତାକୁ ଚିକିତ୍ସାଲାଗି କଟକ ସ୍ଥାନାନ୍ତର କରାଯାଇଛି |ଅନ୍ୟ ଦୁଇ ଜଣ ସାଗରିକ ଏବଂ ସୁନିତା ଙ୍କ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି |ଏହି ଅଭାବନୀୟ ଘଟଣା ସମୟରେ ଦୁଇ ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚି ଅଭିଯୁକ୍ତ କୁ କାବୁକରି ପୋଲିସ କୁ ଖବର ଦେଇଥିଲେ। ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ଅଭିଯୁକ୍ତ କୁ ଗିରଫ କରି ହତ୍ୟା ର କାରଣ ଖୋଜିବା ପାଇଁ ଅଧିକ ତଦନ୍ତ ଚଳାଇଛି। ଅପରପକ୍ଷରେ ହତ୍ୟା ପରେ ଦୁଇଜଣ ମହିଳା ଙ୍କ ମୃତ୍ୟୁ ହୋଇଥିବା ବେଳେ ଉକ୍ତ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ