Search
Close this search box.

ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ନେତ୍ରୋତ୍ସବ ପାଳିତ

ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ନେତ୍ରୋତ୍ସବ ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ନେତ୍ରୋତ୍ସବ ପାଳିତ ହୋଇଯାଇଛି। ନୂଆ ନେତ ପୂଜା ଅର୍ଚ୍ଚନା ପରେ ଚିତ୍ରକାର ବିଭୁତି ମହାପାତ୍ର ଚକ୍ଷୁ ଦାନ କରିଥିଲେ। ଠାକୁରଙ୍କୁ ପଞ୍ଚାମୃତ ସିଞ୍ଚନ କରାଇ ମନ୍ଦିର ଉପରେ ନୂତନ ନେତ ଲାଗି କରାଯାଇଥିଲା। ଠାକୁରଙ୍କୁ ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲହାର ଓ ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ଖେଚେଡ଼ି ଭୋଗ ମଧ୍ୟାହ୍ନ ରେ ଅନ୍ନ ଧୂପ ସନ୍ଧ୍ୟା ରେ ବେଳେ ଆଳତି ରାତ୍ର ଧୂପ ଓ ପହଡ ପଡ଼ିବ। ଅଣସରରେ ଥିବା ବେଳେ ଠାକୁରଙ୍କ ଘଣ୍ଟ କାହାଳି ବଜୁନଥିଲା । ଆଜି ନେତ୍ରୋତ୍ସବ ରେ ଘଣ୍ଟ କାହାଳି ବାଜିଥିଲା। ପୂଜକ ମନସୁମନ ମିଶ୍ର,ପୂଜକ ମଳୟ କର ପାଳିଆ ସେବକ ସମ୍ଭୁନାଥ ମହାପାତ୍ର ସୁଆର ନିଳମଣୀ ଆଚାର୍ଯ୍ୟ କାହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ଏହି ନେତ୍ରୋତ୍ସବ ପାଳନ ହୋଇଛି।

Recent Post

Live Cricket Update

You May Like This

× How can I help you?