ବଳରାମ ଭଜନ ସଂଧ୍ୟା ତରଫରୁ ନେତ୍ରୋତ୍ସବ ଉପଲକ୍ଷେ ଭଜନ ପରିବେଷଣ

ବଳରାମ ଭଜନ ସଂଧ୍ୟା ତରଫରୁ ନେତ୍ରୋତ୍ସବ ଉପଲକ୍ଷେ ଭଜନ ପରିବେଷଣ

ଢେଙ୍କାନାଳ, ୧୮/୬: ଢେଙ୍କାନାଳ ଦେଉଳସାହିସ୍ଥିତ ଶ୍ରୀ ବଳରାମ ମନ୍ଦିର ପରିସରରେ ‘ବଳରାମ ଭଜନ ସଂଧ୍ୟା’ ତରଫରୁ ନେତ୍ରୋତ୍ସବ ଉପଲକ୍ଷେ ଭଜନ ପରିବେଷଣ ଅନୁଷ୍ଠିତ ହୋଇଯାଇଅଛି । ସୁନା ମଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ବାରା ସୁମଧୁର କଣ୍ଠର ଭଜନ ପରିବେଷଣ ସ୍ରୋତାମାନେ ଶ୍ରବଣ କରିଥିଲେ । କଣ୍ଠଶିଳ୍ପୀ ରଞ୍ଜିତ କୁମାର ହୋତା ‘ରାଜା କହେ ରାଣୀ ଶୁଣଲୋ କାହାଣୀ’, ଗନ୍ଧର୍ବ ସେଠୀ ‘କୋଠ ଭୋଗଖିଆ’, ରଶ୍ମିରଞ୍ଜନ ‘ମା’କୁ ମାଗିବ ଅଳି କରି’, ଇପ୍‌ସିତା ପାତ୍ର ‘ବଂଶୀରେ ତୋ ପ୍ରେମରେ ସାତ ସୁରେ ବନ୍ଧା’, ପ୍ରତ୍ୟୁଷ ‘ଏମିତି ଦୋଳିରେ ଡୋରିରେ ବାନ୍ଧିଦେଲେ ମୋତେ’ ଇତ୍ୟାଦି ଭଜନ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ପାତ୍ର, ସ୍ମିତାରାଣୀ ନନ୍ଦ, ବିଷ୍ଣୁପ୍ରିୟା ହୋତା, ପ୍ରଭାବର ମିଶ୍ର, ପ୍ରଦୀପ ପଟ୍ଟନାୟକ, ରାଜେନ୍ଦ୍ର ମହାନ୍ତି, ସଂଯୁକ୍ତ ଦାସ ପ୍ରମୁଖ କଣ୍ଠଦାନ କରିଥିଲେ । ଅର୍ଗାନ ବାଦ୍ୟରେ ଲକ୍ଷ୍ମୀଧର, ତାବିଲିଷ୍ଟ ସୁନିଲ୍, ପ୍ୟାଡ ବାଦନରେ ରାଜା ଭକନକୁ ସହଯୋଗ କରିଥିଲେ ।

Recent Post

Live Cricket Update

You May Like This