ସୀମାହୀନ ସମାଜସେବୀ ଚିନ୍ମୟୀ –
ଗୋଟିଏ ଦିନରେ ଦୁଇଦୁଇଟା ମୃତଦେହକୁ ସଂସ୍କାର
ଅନୁଗୋଳ ର ମାବୁଢ଼ି ଠାକୁରାଣୀ ଛକରେ ଥିବା ବିଶ୍ରାମାଗାର ଠାରେ ପଡିରହିଥିବା ଅସହାୟ ମାଉସୀ ଭୀମସେନ ମୁଦୁଲି ବୟସ ଯାହାଙ୍କର ବୟସ ୮୨ବର୍ଷ । ନିଜ ଗ୍ରାମ ପରଙ୍ଗ କିନ୍ତୁ ଦୀର୍ଘ ବର୍ଷ ହେଲା ଅନଗୁଳ ଟ୍ରେକର ଷ୍ଟାଣ୍ଡ ରେ ରହି ଭିକ ମାଗି ଖାଉଥିଲେ । ଦୀର୍ଘ ୧୨ଘଣ୍ଟା ମୃତଦେହ ପଡିରହିଥିବା ବେଳେ ଖବର ପାଇ ଚିନ୍ମୟୀ ଦାସ ସଙ୍ଗେସଙ୍ଗେ ଅନୁପ ସାର,ତ୍ରିପାଠୀ ଭାଇ ଓ ସୁଧାକର ସାହୁଙ୍କ ସହ ଯୋଗାଯୋଗ କରିଥିଲି ସେମାନେ ସାହାଯ୍ୟ କରିବାରୁ ମୃତଦେହ ସମ୍ମାନ ର ସହିତ ଦାହ କରିଥିଲେ। ସେହିଭଳି ଜଣେ ଆଗରୀ ଗୋଚ୍ଛାୟତ ବୟସ ଯାହାଙ୍କର ୯୫ ବର୍ଷ , ଘର ସୋଲଡା, ତାଙ୍କର କେହି ନ ଥିବାରୁ ମାଉସୀ ଙ୍କ ହାତରୁ ଶଙ୍ଖା ଭାଙ୍ଗି ମଥାରୁ ସିନ୍ଦୁର ଲିଭେଇ ଓ ମଉସୀଙ୍କୁ ମୁଖାଗ୍ନି ଦେଲେ । ତାଙ୍କ ସାହି ପଡିଶା ମଧ୍ୟ ଉପସ୍ଥିତ ଥିଲେ।ଏଭଳି ସାହାଯ୍ୟ କାରୀ ଙ୍କୁ ଶତ କୋଟି ପ୍ରଣାମ ଜଣାଉଛି ଅଞ୍ଚଳବାସୀ । ସମାଜସେବୀ ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଆଜି ଏକ ପବିତ୍ର ବସୁମତୀ ସ୍ନାନ ଦିନରେ ଦୁଇ ଦୁଇଟା ଶବ ପୋଡିବାର ସୁଯୋଗ ମହାପ୍ରଭୁ ଆମକୁ ମିଳିଥିବାରୁ ମହାପ୍ରଭୁଙ୍କ ନିକଟରେ ସହସ୍ର ପ୍ରଣାମ ଜଣାଇଛନ୍ତି। ।