ବନ୍ଦ ଭଡ଼ା ଗୃହରୁ ମୃତଦେହ ଉଦ୍ଧାର
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ସ୍ଥିତ ଏକ ଭଡ଼ା ଘରୁ ପୁଲିସ ଏକ ଅଣ ଓଡ଼ିଆ ଶ୍ରମିକର ଶବ ଉଦ୍ଧାର କରିଛି।ପୁଲିସ ସୂତ୍ରରୁ ପ୍ରକାଶ ଯେ ଝାଡ଼ଖଣ୍ଡ ରାଜ୍ୟର ହାତୁରାବଣି ଅଞ୍ଚଳର ଉଜ୍ବଳ ବୋଷ (୫୦) ନାମକ ଲୋକ ମେରାମଣ୍ଡଳୀ ଟାଟା କମ୍ପାନୀରେ କାର୍ଯ୍ୟ କରି ବଅଁରପାଳ ରେ ଦୀର୍ଘ ପାଞ୍ଚ ବର୍ଷ ଧରି ଭଡ଼ାରେ ରହି ଆସୁଥିଲେ। ସେ ଶୁକ୍ରବାର ଦିନ ବି ସିଫ୍ଟ ଡିୟୁଟି ସାରି ଭଡ଼ା ଘରକୁ ଫେରି ରୋଷେଇ କରି ଖାଇବା ଖାଇ ଭିତର ପଟୁ ବାଟ ବନ୍ଦ କରି ଶୋଇଥିଲେ।ଆଜି ସକାଳ ପର୍ଯ୍ୟନ୍ତ ସେ ଘର କବାଟ ନଖୋଲିବା ଦେଖି ଘର ମାଲିକ ନିରାକାର ସାମଲ ବଅଁରପାଳ ପୁଲିସ କୁ ଖବର ଦେବା ପରେ ପୁଲିସ ପହଞ୍ଚି କବାଟ ଖୋଲି ମୃତଦେହ କୁ ଉଦ୍ଧାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ଉଜ୍ବଳ ବୋଷ ପୂର୍ବରୁ ମା ବାପା ଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ପରିବାର ବୋଲି ଏକ ଭାଇ ଓ ଭଉଣୀ ଝାରସୁଗୁଡ଼ା ରେ ରୁହନ୍ତି। ବଅଁରପାଳ ପୁଲିସ ଏକ ଅପମୃତ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଛି।