ଅନୁଗୋଳକୁ ଦିନିକିଆ ଗସ୍ତରେ ଆସିଛନ୍ତି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ
ସଂଗଠନ ସୁଦୃଢ଼ କୁ ନେଇ ଗୁରୁ ମନ୍ତ୍ର ଦେଲେ ପ୍ରଣବ
– ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦିନିକିଆ ଅନୁଗୋଳ ଗସ୍ତରେ ଆସି ପହଞ୍ଚିଥିଲେ।ଅନୁଗୋଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପାଇବା ପରେ ଶ୍ରୀ ଦାସଙ୍କ ଥିଲା ଆଜି ପ୍ରଥମ ଗସ୍ତ।ବିଜେଡି ନେତା ଓ କର୍ମୀ ତାଙ୍କୁ ସଭାଘର ଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ସଭାଘର ଠାରେ ଆୟୋଜିତ ବିଜେଡି ର ଏକ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ ସଂଗଠନ ସମ୍ପାଦକ ।ଆଗାମୀ ସାଧାରଣ ନିର୍ବାଚନରେ ଦଳ ଯେମିତି ପୂର୍ବ ଅପେକ୍ଷା ଅଧିକ ବ୍ୟବଧାନରେ ବିଜୟ ହାସଲ କରିବ ସେ ନେଇ ପରାମର୍ଶ ଦେବା ସହ ତୃଣ ମୂଳ ସ୍ତରର ସମସ୍ତଙ୍କ ପାଖକୁ ଯାଇ ଲୋକଙ୍କ ସମସ୍ୟା ସମାଧାନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ସନଗଠନ ସମ୍ପାଦକ।ଏହି କର୍ମୀ ସମ୍ମିଳନୀରେ ଅନୁଗୋଳ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀର ନେତା ଉପସ୍ଥିତ ରହିଥିଲେ।