ଗଞ୍ଜେଇ ବୋଝେଇ କାର ଧକ୍କାରେ ମହିଳା ମୃତ

ଗଞ୍ଜେଇ ବୋଝେଇ କାର ଧକ୍କାରେ ମହିଳା ମୃତ

କ୍ଷତିପୂରଣ ଦାବିରେ ମହୀଧରପୁର ଛକରେ ରାସ୍ତା ଅବରୋଧ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ଉପରସାହି ବନ୍ତଳା ରାସ୍ତା ପାର୍ଶ୍ୱ ବ୍ରିଜ ପୂର୍ବରୁ ଆଜି ସନ୍ଧ୍ୟାରେ ଏକ ଗଞ୍ଜେଇ ବୋଝେଇ କାର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ ମହୀଧରପୁର ଖୋମ୍ବେଶ୍ୱରୀ ମନ୍ଦିର ନିକଟସ୍ଥ ସାହିର ସୁଷମା ପ୍ରଧାନ (୪୦) ଶୌଚ ହେବା ପାଇଁ ସାହି ନିକଟସ୍ଥ ମାତେଳିଆ ନାଳ ବ୍ରିଜ ନିକଟକୁ ଯାଉଥିବା ସମୟରେ ଏକ ଗଞ୍ଜେଇ ବୋଝେଇ କାର ଓଡି ୦୨ବିଟି ୪୭୬୧ ଗାଡ଼ି ଦ୍ରୁତଗତିରେ ଆସି ସୁଷମା ଙ୍କୁ ଧକ୍କା ଦେଇ ରାସ୍ତା କଡ଼ରେ ଥିବା ଘର କାନ୍ଥରେ ପିଟି ହୋଇଥିଲା। କାର ଧକ୍କା ଏତେ ଶକ୍ତ ଥିଲାଯେ ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିଲା। କାର ଚଳାଉଥିବା ଚାଳକ ଏବଂ ତାର ଜଣେ ସହଯୋଗୀ ଘଟଣା ସ୍ଥଳରୁ ଖସି ଦୌଡ଼ି ପଳାଇବା ପାଇଁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକମାନେ ଉଭୟଙ୍କୁ କାବୁ କରି ନେଇଥିଲେ। ଗାଡି ଡିକିରେ ପର୍ଯ୍ୟାପ୍ତ ଗଞ୍ଜେଇ ବୋଝେଇ ହୋଇଥିବାରୁ ଦ୍ରୁତଗତିରେ ଗାଡ଼ି ଚଲାଇ ନେଉଥିବା କାରଣରୁ ଦୁର୍ଘଟଣା ଘଟିଛି ବୋଲି ଅଞ୍ଚଳବାସୀ ଦାବି କରିଥିଲେ। ଅଞ୍ଚଳବାସୀ ଦାବି କରିଥିଲେ କୌଣସି ଭୁଲ ନଥାଇ ମହିଳାଙ୍କୁ ଗଞ୍ଜେଇ ବୋଝେଇ ଗାଡ଼ି ଧକ୍କା ଦେଇ ମାରି ଦେଇଥିବାରୁ ମହିଳାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଗଲେ ଯାଇ କାର କୁ ଛାଡିବେ ଏବଂ ଶବ ଉଠିବ ବୋଲି ଜିଦ ଧରି ବସି ମହୀଧରପୁର ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ମହୀଧରପୁର ସାତମାଇଲ ରାସ୍ତାକୁ ଅବରୋଧ କରି ସମ୍ପୂର୍ଣ୍ଣ ଗାଡ଼ି ଚଳାଚଳ ବନ୍ଦ କରିଥିଲେ। ମହୀଧରପୁର ଫାଣ୍ଡି ଗାଡ଼ି ଚାଳକ ଓ ତାର ଜଣେ ସହଯୋଗୀ କୁ ଫାଣ୍ଡିରେ ନେଇ ଅଟକ ରଖି ପଚାର ଉଚାର ଚଳାଇଛି ଏବଂ ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଛି। ଏହି ନିୟୁଜ ଲେଖା ଯିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟି ନଥିଲା କି ଗଞ୍ଜେଇ ବୋଝେଇ ଗାଡ଼ିକୁ ଛାଡ଼ି ନଥିଲେ। ଗଞ୍ଜେଇର ପରିମାଣ ଓ ଉଭୟ ଚାଲାଣ କାରୀଙ୍କ ନାମ ଜଣା ପଡ଼ି ନାହିଁ।

Recent Post

Live Cricket Update