ଆଜି ପବିତ୍ର ରଥ ଯାତ୍ରା ଅବସରରେ ଢେ଼ଙ୍କାନାଳ ବଳରାମ ମନ୍ଦିର ପ୍ରାଙ୍ଗଣ ଭକ୍ତ ମାନଙ୍କ ଜୟ ଜଗନ୍ନାଥ ଧ୍ବନିରେ ମୁଖରିତ ଉଠୁଥିଲା।ଏହି ଭଳି ଭାବବୋଳା ସୁନ୍ଦର ପରିବେଶ ଭିତରେ ‘ଶ୍ରୀ ସାଇ ଭଜନ ସନ୍ଧ୍ୟା ‘ ଅନୁଷ୍ଠାନ ର ସମସ୍ତ କଣ୍ଠଶିଳ୍ପୀ ମାନେ ସୁନ୍ଦର ସୁନ୍ଦର ଭଜନ ପରିବେଷଣ କରି ଭକ୍ତ ମାନଙ୍କୁ ନାଚ ଗୀତରେ ବୁଡ଼େଇ ରଖିଥିଲେ । ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଦୀପ କୁମାର ଝୁଲରେ ନିତାଇ ଝୁଲ୍, ଶ୍ରୀମତୀ ପଦ୍ମାବତୀ ସାହୁ ଙ୍କ ଅନ୍ଧ ଡାକୁଅଛି କାଳିଆ କାଳିଆ, ପ୍ରମୋଦ କୁମାର ମହପାତ୍ରଙ୍କ ଭକ୍ତ ସାଲବେଗ , ଅନନ୍ୟା ପ୍ରିୟଦର୍ଶିନୀ ଓ ହରି ପ୍ରସାଦଙ୍କ ସୁମଧୁର ଗୀତ ପରିବେଷଣ ଭକ୍ତ ମାନଙ୍କୁ ମୁଗ୍ଥ କରୁଥିଲା । ଏହି କାର୍ଯକ୍ରମ ସକାଳ ଆଠା ଟା ଠାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଚାଲିଥିଲା । ପ୍ରଭୁଙ୍କ ପହଣ୍ଡି ସମୟରେ ବହୁ ସଂଖ୍ୟକ ଭକ୍ତ ଉପସ୍ଥିତ ରହି ଠାକୁର ଙ୍କୁ ଦର୍ଶନ କରୁଥିଲେ।