କେନ୍ଦୁଝରରେ ଚତୁର୍ଦ୍ଧା ମୂର୍ତ୍ତୀ ହେଲେ ରଥାରୂଢ଼, ପ୍ରଥମଥର ସ୍ୱତନ୍ତ୍ର ବ୍ୟବସ୍ଥା ରେ ମହିଳା ଟାଣିଲେ ରଥ
କେନ୍ଦୁଝର, ବିଶ୍ୱର ସର୍ବବୃହତ ରଥରେ ଚତୁର୍ଦ୍ଧା ମୂର୍ତ୍ତୀ ହେଲେ ରଥାରୁଢ଼, ଭକ୍ତ ଭଗବାନ ଙ୍କ ଅପୂର୍ବ ମିଳନ ରେ ଗୁଣ୍ଡିଚା ଯାତ୍ରା କଲେ ପ୍ରଭୁ । ରଥ ଯାତ୍ରାପାଇଁ ପ୍ରାତଃ ୪ ଘଟିକାରୁ ଅବକାଶ ନୀତିପରେ ୫ ଘଟିକାରେ ଲୁଗାଲାଗି, ୮ ଘଟିକାରେ ପ୍ରାତଃ ଧୂପ, ୧୦ ଘଟିକାରେ ପୁଷ୍ପାଞ୍ଜଳି ପରେ ଧାଡି ପହଣ୍ଡିରେ ଶ୍ରୀ ଜୀଉ ମାନେ ରଥକୁ ଯାଇଥିଲେ। ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଳଦେବଜୀଉ, ତାଙ୍କ ପରେ ମାତା ଶୁଭଦ୍ରା ଶେଷରେ ଜଗତର ନାଥ ଜଗନ୍ନାଥ ଝୁଲିଝୁଲି ଯାଇ ରଥ ପରିକ୍ରମା ପରେ ଚାରମାଳ ଦେଇ ରଠାରୁଢ଼ ହୋଇଥିଲେ। ଠାକୁର ମାନଙ୍କର ପହଣ୍ଡି ସମୟରେ ଭକ୍ତ ମାନଙ୍କର ହୁଳହୁଳି ଏବଂ ହରିବୋଲରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଥିଲା। ଛେରା ପହଁରା ପରେ ତିନି ଠାକୁର ରଥାରୂଢ ହୋଇଥିଲେ ! ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପହଣ୍ଡି ସମୟରେ କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ, ବଡ଼ ପଣ୍ଡା ରାଜକିଶୋର ପଣ୍ଡା, ଏସ୍ପି ନିତିନ କୁଶଲକର, ଡି ଏଫ ଓ ଧନରାଜ ଏଚଡି, ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ ଏବଂ ଯଦୁମଣି ମହଲା, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ରାମଚନ୍ଦ୍ର କିସ୍କୁ, ପୌରପାଳିକା ନିର୍ବାହୀ ଅଧିକାରୀ ଡ଼ଃ ମଧୁସ୍ମିତା ସାମନ୍ତରାୟ, ପୋଲିସ ଉପଖଣ୍ଡ ଅଧିକାରୀ ମହେନ୍ଦ୍ର ମୁର୍ମୁ, ସୂଚନା ଲୋକ ସମ୍ପର୍କ ବିଭାଗ ଉପ ନିର୍ଦ୍ଦେଶକ ସଞ୍ଜୀବ ବାରିକ, ଟାଉନ ଥାନା ଅଧିକାରୀ ସୁନୀଲ କର ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଶାନ୍ତି ପୂର୍ଣ୍ଣ ଭାବେ ରଥ ଟଣା ଶେଷ ହେବା ସହ ମାଉସୀ ମା’ଙ୍କ ଘରେ ପହଂଚିଲେ ତିନି ଠାକୁର ।
କେନ୍ଦୁଝର ଜିଲ୍ଲା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍