ରଥ ପଥ ଜଗନ୍ନାଥ, ବହୁ ପ୍ରତିକ୍ଷିତ ରଥଯାତ୍ରା ଅତି ଆଡମ୍ବର ସହକାରେ ପୂଜା

ରଥ ପଥ ଜଗନ୍ନାଥ, ବହୁ ପ୍ରତିକ୍ଷିତ ରଥଯାତ୍ରା ଅତି ଆଡମ୍ବର ସହକାରେ ପୂଜା।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡବିଲ ଥାନା ଅର୍ନ୍ତଗତ ରେ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି, ଏଥିରେ ପରୀପ୍ରେକ୍ଷୀରେ ବଡ଼ବିଲ ପୌରାଞ୍ଚଳରେ ଥିବା ହରିହର ମନ୍ଦିର , ବଡ଼ବିଲ ୱାର୍ଡ ନମ୍ବର ୭ ସ୍ଥିତ ଜଗନ୍ନାଥ ମନ୍ଦିର ଓ ବଡ଼ବିଲ ପୌରପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର ୧୫ ସ୍ଥିତ କଲ୍ୟାଣେସ୍ୱର ମହାପ୍ରଭୁ ଙ୍କ ମନ୍ଦିର ରେ କୋଟି କୈବଲ୍ୟ ନାଥ ଜଗନ୍ନାଥଙ୍କ ଘୋଷ ଯାତ୍ରା ଅତି ଆଡମ୍ବର ସହକାରେ ପାଳନ ହୋଇଯାଇଛି, ବଡ଼ବିଲ କଲ୍ୟାନେଶ୍ୱର ମନ୍ଦୀର ତଥା କୀରିବୁରୁଛକ ସ୍ଥିତ ମହାପ୍ରଭୁ ଜଗନ୍ନାଥ ନିଜ ଭାଇ ଭଉଣୀ ଙ୍କୁ ଧରି ମାଉସୀ ମା ମନ୍ଦିର କୁ ଯିବା ପାଇଁ ବ୍ୟଗ୍ର ହୋଇଥିବା ପରିଲକ୍ଷିତ ହୋଇଥିଲେ , ଭକ୍ତଗଣ ବହୁ ଅବାବେଗରେ ପ୍ରଭୁଙ୍କୁ ନେଇ ମାଉସୀ ମାଙ୍କ ଘରେ ତିନିଠାକୁର ଙ୍କ ସହ ସୁଦର୍ଶନ ଙ୍କୁ ପହଞ୍ଚାଇ ଥିଲେ। ଭକ୍ତ ଗଣ ଅତି ହର୍ଷ ଉଲ୍ଲାସ ସହକାରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଏହି ଘୋଷ ଯାତ୍ରା କୁ ନିଷ୍ଠାର ସହ ପାଳନ କରିବା ସହ ଅତି ଭକ୍ତି ସହକାରେ ମହାପ୍ରଭୂ ଜଗନ୍ନାଥଙ୍କ ରଥକୁ ଟାଣି ଟାଣି ଯାଉଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।

Recent Post

Live Cricket Update