ନରସିଂହପୁର ସାମ୍ବାଦିକ ସଂଘ ର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଉତ୍ସବ ରେ ଅନୁଗୋଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘକୁ ସମ୍ବୋର୍ଦ୍ଧନା

ନରସିଂହପୁର:-କଟକ ଜିଲ୍ଲା ନରସିଂହପୁର ଉପଖଣ୍ଡ ଠାରେ ନରସିଂହପୁର ସାମ୍ବାଦିକ ସଂଘ ର ଚତୁର୍ଥ ବାର୍ଷିକ ଉତ୍ସବ ଦେବୀ ପ୍ରସାଦ ରଥ ଙ୍କ ପୌରହିତ ରେ ମହାଆଡମ୍ବର ରେ ପାଳିତ ହୋଇଯାଇଛି, ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ , ପୂର୍ବତନ ଓଡିଶା ସରକାର ଙ୍କ ଗଣମାଧ୍ୟମ ଉପଦେଷ୍ଠା ତଥା ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ ଉପସ୍ଥିତ ଥିଲେ , ସଂମାନିତ ଅତିଥି ଭାବେ ବଡମ୍ବା-ନରସିଂହପୁର ର ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର, ମୁଖ୍ୟ ବକ୍ତା ଭାବରେ କଟକ ଜିଲ୍ଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର , ଅନ୍ୟ ସଂମାନିତ ଅତିଥି ଭାବେ ନରସିଂହପୁର ର ବ୍ଲକ ଅଧକ୍ଷା ସସ୍ମିତା ଜେନା , ନରସିଂହପୁର ର ବ୍ଲକ ଉପାଧ୍ୟକ୍ଷ ନାରାୟଣ ନାୟକ , ନରସିଂହପୁର ର ଗୋଷ୍ଟି ଉନ୍ନୟନ ଅଧିକାରୀ , ନରସିଂହପୁର ର ତହସିଲଦାର ଆଦି ଉପସ୍ଥିତ ଥିଲେ | ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଟିକୁ ଉଦଘାଟନ କରିଥିଲେ, ଏଥିରେ ନରସିଂହପୁର ର ଆଖ ପାଖ ଅଞ୍ଚଳ ଯଥା- ବଡମ୍ବା, ତିଗିରିଆ, ଆଠଗଡ଼, କଟକ, ଭୁବନେଶ୍ୱର, ନୟାଗଡ଼, ଗଣିଆ, ଦଶପଲ୍ଲା, ଖୋର୍ଦ୍ଧା, ଅନୁଗୋଳ, ହିନ୍ଦୋଳ , ଢେଙ୍କାନାଳ ଆଦି ର ସମସ୍ତ ସାମ୍ବାଦିକ ସଂଘ ଗୁଡିକ ପ୍ରତିନିଧି ଉପସ୍ଥିତ ଥିଲେ | ପ୍ରତ୍ୟେକ ସଂଘ ଗୁଡିକ କିଭଳି ଆମ ରାଜ୍ୟ ରେ ଏକ ବୃହତ ସାମ୍ବାଦିକ ସଂଘ ରେ ରୂପାନ୍ତରିତ ହୋଇ ସାମ୍ବାଦିକ ଙ୍କ ହିତ ଉଦେଶ୍ୟ ରେ କାର୍ଯ୍ୟକ୍ଷମ କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା, ପ୍ରତ୍ୟେକ ସଂଘ ନିଜର ଅଭିଭାଷଣ ପ୍ରଦାନ କରିଥିଲେ, ଠିକ ସେହିପରି ଅନୁଗୋଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘ ର ସଭାପତି ଶଶାଙ୍କ ଶେଖର ସାମଲ ସାମ୍ବାଦିକ ର ପ୍ରକୃତ କର୍ତ୍ତବ୍ୟ , ୱେବ୍ ମିଡ଼ିଆ ର ସମାଜରେ ଭୂମିକା ଓ ଏହା କିଭଳି କାର୍ଯ୍ୟ କରୁଛି ସେ ବିଷୟର ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ, ସେହିପରି ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଆଜିର ସମାଜରେ କିଭଳି ତାଳ ପତ୍ର ଲେଖା ସାମ୍ବାଦିକ ରୁ ଆରମ୍ଭ ହୋଇ ପ୍ରିଣ୍ଟ ମିଡିଆ, ଇଲେ୍ଟ୍ରୋନିକ୍ସ ମିଡ଼ିଆ ପରେ ଏବେ ସୋସିଆଲ ମିଡ଼ିଆ ରେ ଖବର ର ଦ୍ରୁତ ଗତି ସମ୍ପର୍କରେ କହିଥିଲେ, ସେହିପରି ମୁଖ୍ୟ ଅତିଥି ପ୍ରତ୍ୟେକ ସାମ୍ବାଦିକ ଙ୍କ ସମ୍ବାଦ କୁ ସମାଜରେ ବିଶ୍ୱାସ, ଭରସା କରିବା ସହିତ ଚିନ୍ତନଶୀଳ କରିବାକୁ କିଭଳି ବାଧ୍ୟ କରିବ, ସାମ୍ବାଦିକ ଙ୍କ ଉଚିତ୍ ମୂଲ୍ୟବୋଧ ଓ ଓଡ଼ିଶା ସରକାର ଦ୍ଵାରା ସାମ୍ବାଦିକ ଙ୍କ ଉନ୍ନତି ପାଇଁ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ପରିଶେଷରେ ସମସ୍ତ ସଂଘ ଗୁଡ଼ିକୁ ନିଜ କାର୍ଯ୍ୟ ଅନୁଯାଇ ମାନପତ୍ର ଓ ପୁରସ୍କୃତ ପ୍ରଦାନ କରାଯାଇ ଥିଲା

Recent Post

Live Cricket Update