ପାଟଣା ଗୋଷ୍ଠୀ ଚିକିତ୍ସାଳୟ ରେ ରୋଗୀ ଚିକିତ୍ସା ରେ ଘୋର ବିଭ୍ରାଟ
ପାଟଣା:ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ଚିକିତ୍ସା ରେ ଘୋର ବିଭ୍ରାଟ ଦେଖାଦେଇଛି।ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି।ଡାକ୍ତରଖାନାରେ ଡାକ୍ତର ଅଭାବ ପାଇଁ ପାଟଣା ଅଞ୍ଚଳ ବାସୀ ଅନେକ ଥର ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିଛନ୍ତି।ବିଭିନ୍ନ ସମୟରେ ଡାକ୍ତର ଅଭାବ ପାଇଁ ଡାକ୍ତରଖାନାରେ ଉତ୍ତେଜନା ଅଧ୍ୟ ସୃଟି ହୋଇଥାଏ।ଏଠାରେ ସୂଚନା ଥାଉକି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସରକାରୀ ଭାବେ ୭ ଟି ଡାକ୍ତର ପଦ ମଞ୍ଜୁରୀ ରହିଛି।ସେଥିମଧ୍ୟରୁ ୪ ଜଣ ବିଶେଷଜ୍ଞ ଡାକ୍ତର,୧ ଜଣ ଏମ ବି ବି ଏସ ଡାକ୍ତର,1 ଜଣ ସୁପରିଟେଣ୍ଡେଟ, ଓ ୧ ଜଣ ବ୍ଲକ ପବ୍ଲିକ ସ୍ୱାସ୍ଥ୍ୟ ଅଧିକାରୀ କାର୍ଯ୍ୟ ରତ ରହିବା କଥା।କିନ୍ତୁ ଦୁଃଖର ବିଷୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବର୍ତ୍ତମାନ ୧ ଜଣ ଗାଇନିକ ଓ ୧ ଜଣ ଏମ ବି ବି ଏସ ଡାକ୍ତର ଅଛନ୍ତି।ଦୁଇଜଣ ଡାକ୍ତର ଦିନ ଓ ରାତି କିପରି କାର୍ଯ୍ୟ କରୁଥିବେ ଓ ରୋଗୀଙ୍କ ଚିକିତ୍ସା କିପରି ହେଉଥିବ ଏଥିରୁ ବେଶ ଅନୁମାନ କରାଯାଇପାରେ।ପାଟଣା ଚିକିତ୍ସା କେନ୍ଦ୍ର ଉପରେ ଏକ ଲକ୍ଷ୍ୟ ରୁ ଅଧିକ ଜନସଂଖ୍ୟା ଥିବା ଅଞ୍ଚଳ ର ଲୋକେ ଚିକିତ୍ସା ନିମନ୍ତେ ଭରସା ରଖିଥିବା ବେଳେ ଦୁଇଜଣ ଡାକ୍ତର କିପରି ଚିକିତ୍ସା ଯୋଗାଇବେ ବୋଲି ସାଧାରଣ ରେ ଅଭିଯୋଗ ହେଉଛି।ପ୍ରାୟ ପ୍ରତିଦିନ ଶହ ଶହ ରୋଗୀ ପାଟଣା ଡାକ୍ତରଖାନାରେ ପହଞ୍ଚୁ ଥିବା ବେଳେ ଡାକ୍ତର ନଥିବା ରୁ ଅନେକ ହଇରାଣ ହୋଇ ସୁଦୂର ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ବାଧ୍ୟ ହୋଇ ଯାଉଛନ୍ତି।ଗରିବ ଶ୍ରେଣୀର ରୋଗୀ ମାନଙ୍କ ପାଇଁ ଗାଡି ଘୋଡ଼ା କରି ଦୂରଦୂରାନ୍ତ ଡାକ୍ତର ଖାନାକୁ ଯିବା ପାଇଁ ଆର୍ଥିକ ବୋଝ ପଡୁଛି।ପାଟଣା ଅଞ୍ଚଳ ର ଜନସାଧାରଣ ଙ୍କ ସ୍ୱାସ୍ଥ୍ୟ ସମସ୍ୟା କୁ ଦେଖି ପାଟଣା ଡାକ୍ତର ଖାନାରେ ତୁରନ୍ତ ଡାକ୍ତର ନିଯୁକ୍ତି କରାଯିବା ପାଇଁ ପାଟଣା ବିକାଶ ମଞ୍ଚ ଆବାହକ ବିଜୟ ରତ୍ନ ପତି ଦାବୀ କରିଛନ୍ତି।ଯଥାଶୀଘ୍ର ଡାକ୍ତର ପଦ ପୁରଣ କରା ନଗଲେ ପାଟଣା ଅଞ୍ଚଳ ର ଜନସାଧାରଣ ଆନ୍ଦୋଳନ କୁ ଓଲ୍ହାଇବେ ବୋଲି ପାଟଣା ବିକାଶ ମଞ୍ଚ ତରଫରୁ କଡା ଚେତାବନୀ ଦିଆଯାଇଛି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍