ଜଙ୍ଗଲ ଜମି ପଟା ଦାବିରେ ଧର୍ମଗଡ଼ ଉପଖଣ୍ଡ ସ୍ତରିୟହିତାଧିକାରୀ କେଗାଁ ରେଞ୍ଜରଅଫିସରେ ଆମରଣ ଅନଶନ

ଜଙ୍ଗଲ ଜମି ପଟା ଦାବିରେ ଧର୍ମଗଡ଼ ଉପଖଣ୍ଡ ସ୍ତରିୟହିତାଧିକାରୀ କେଗାଁ ରେଞ୍ଜରଅଫିସରେ ଆମରଣ ଅନଶନ

ଗୋଳାମୁଣ୍ଡା/୨୧/୬//ଜଙ୍ଗଲ ଜମି ପଟା ଦାବିରେ ଆମରଣ ଅନଶନ,ଏଭଳି ଦୃଶ୍ୟମାନ ଦେଖିବାକୁ ମିଳିଛି କେଗାଁ ରେଞ୍ଜରଅଫିସ ସଂମୁଖରେ, ପ୍ରାପ୍ତ ସୂଚନାରୁ ମିଳିଛି ଯେ, କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ନକଟି କାନି ଗ୍ରାମର ଆଦିବାସୀହରିଜନ ଓ ପଛୁଆ ବର୍ଗର ୨୫୦ଜଣ ହିତାଧିକାରୀଙ୍କ ପକ୍ଷରୁ ଜଙ୍ଗଲ ଜମି ଚାଷ କରି ଆସୁଅଛୁବୋଲି କହିଛନ୍ତି।ଉକ୍ତ ହିତାଧିକାରୀ ମାନେବହୁ ଦିନରୁସରକାରଙ୍କୁ ପଟା ଯୋଗାଇ ଦେବା ପାଇଁ ଅନେକ ଥର କଳାହାଣ୍ଡି ଜିଲ୍ଲାପାଳ,ତହସିଲଦାରଗୋଳାମୁଣ୍ଡା, ଉପଜିଲ୍ଲାପାଳଧର୍ମଗଡ଼, ବିଡିଓଗୋଳାମୁଣ୍ଡା ରୁ କେଗାଁସେକ୍ସନକାର୍ଯ୍ୟଳୟରେ ଅନେକ ଥର ଦ୍ୱାରସ୍ତ ହୋଇ ଥିଲେ ମଧ୍ୟ କୌଣସି କର୍ଣ୍ଣପାତ କରୁ ନାହାନ୍ତି, ସରଳ ଆଦିବାସୀ ହରିଜନ ଓପଛୁଆ ବର୍ଗ ଙ୍କପ୍ରତି ଧୂଆଁ ବୋଲାଇ ଆମର ଦାବି ପୂରଣ କରି ନ ଥିବାରୁ ପାରମ୍ପରିକ ବାଜା ବାଦ୍ୟରେ କେଗାଁ ସେକ୍ସନରେଞ୍ଜର ଙ୍କୁ ଚେତାବନୀ ଦେବା ପାଇଁ ଆଜି ଆମ୍ଭେ ଆମରଣ ଅନଶନ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛୁ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଠାରେ ଯତୀନ୍ଦ୍ର ସେନାପତି, ଅଲେଖ ତାଣ୍ଡି, ରମଣୀ ମହାନନ୍ଦ, କାଳିଆ ସାଗର ଉମା ସିଙ୍ଗ ମାଝୀ, ସୁବାଷ ବାଗ, କେଦାର ବାଗ, ଲକ୍ଷ୍ମୀ ମହାନନ୍ଦ, ଅମୃତ ହଂସ, ସୁଖା ମାଝୀ, ଇଲେ ବାଗ, ଚନ୍ଦ୍ରିକା ମହାନନ୍ଦ, ପ୍ରମୁଖ ବହୁ ସଂଖ୍ୟକ ଭାବେପୁରୁଷ ଓ ମହିଳା ମାନେ ଗ୍ରୀଷ୍ମ ଖରାରେ ଯୋଗ ଦେଇ କହିଛନ୍ତି ଯେ,କେଗାଁ ସେକ୍ସନ ରେଞ୍ଜର ଯେ ପର୍ଯ୍ୟନ୍ତ ଆମର ଦାବି ପୂରଣ ନ କରିବେ ସେ ପର୍ଯ୍ୟନ୍ତ ଅଫିସ ସମ୍ମୁଖରେ ଧାରଣାରେ ବସିବା ପାଇଁ ପ୍ରସ୍ତୁତି ବୋଲି କହିଛନ୍ତି। ହେଲେ ସରକାର କି ଭଳି ପଦକ୍ଷେପ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା ।
କଳାହାଣ୍ଡି ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ

Recent Post

Live Cricket Update

You May Like This