କରଞ୍ଜିଆରେ ଦୁଇଦିନ ପରେ ଶ୍ରୀ ଠାକୁର ଭାଇ ଭଉଣୀଙ୍କୁ ନେଇ ପହଁଞ୍ଚିଲେ ନିଜ ମାଉସୀ ଘରକୁ
ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଯାହାକି ଗାଁ ଠାରୁ ସହର ସହର ରୁ ପାଲି ଯାଏଁ ଏହି ବିଶ୍ୱ ରଥଯାତ୍ରା ପାଳନ କରାଯାଇଥାଏ ତେବେ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଠାରେ ଟିକେ ନିଆରା ରେ ଏହି ରଥଯାତ୍ରା ପାଳନ କରାଯାଇଥାଏ | ଏଠାରେ ପରମ୍ପରା ଅନୁଯାୟୀ ଦୁଇଦିନ ଧରି ରଥ ଟଣା ଯାଇଥାଏ |ପ୍ରଥମ ଦିନ ପୁରଷ ମାନେ ଟାଣିଥାନ୍ତି ଏବଂ ଦ୍ୱିତୀୟ ଦିନ ମହିଳା ମାନେ ଟାଣି ପ୍ରଭୁଙ୍କୁ ଗୁଣ୍ଡିଚା ମନ୍ଦିର ନେଇଥାନ୍ତି |ତେବେ ଏଠାରେ ଯାହାକି 106 ବର୍ଷ ହେବ ରଥଯାତ୍ରା ଅନୁଷ୍ଠିତ ହୋଉଥିବା ବେଳେ ପ୍ରତ୍ୟେକ ବର୍ଷ ଗୋଟିଏ ରଥରେ ଶ୍ରୀ ଠାକୁର ନିଜ ଭାଇ ଭଉଣୀଙ୍କୁ ଧରି ମାଉସୀ ଘରକୁ ଯାଇଥାନ୍ତି |ହେଲେ ଚଳିତ ବର୍ଷ ଏଠାରେ ତିନୋଟି ରଥ ହୋଇଛି ଦୀର୍ଘ ବର୍ଷ ପରେ ତିନୋଟି ରଥ ହୋଇଥିବାରୁ ଚଳିତ ବର୍ଷ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ତେବେ ରଥଯାତ୍ରାର ପ୍ରଥମ ଦିନରେ ଦୈନଦିନ ନୀତିକ୍ରାନ୍ତି ଓ ପୂଜାର୍ଚ୍ଚନା ପରେ 4 ଘଟିକା ସମୟରେ ଛେରାପଂହଁରା ପରେ ଧାଡି ପହଣ୍ଡିରେ ତିନି ଠାକୁରଙ୍କ ପହଣ୍ଡି ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ତାପରେ ଡାହୁକ ନିର୍ଦ୍ଦେଶରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥକୁ ଭକ୍ତ ମାନେ ଅଧା ରାସ୍ତାକୁ ଟାଣି ନେଇଥିଲେ ତାଙ୍କ ପଛରେ ମା ସୁଭଦ୍ରାଙ୍କ ରଥ ମହିଳା ମାନେ ନେଇଯାଇଥିଲେ ଏବଂ ଭାଇ ଭଉଣୀଙ୍କ ପଛରେ ଥିଲେ ଜଗତର ଠାକୁର ପ୍ରଭୁ ଜଗନ୍ନାଥଙ୍କ ରଥ ଯାହାକି ଅତି ଆନନ୍ଦରେ ପ୍ରଭୁଙ୍କୁ ଭକ୍ତମାନେ ଆଣିଥିଲେ | ଆଜି ଦ୍ୱିତୀୟ ଦିନରେ ପ୍ରାୟ ସନ୍ଧ୍ୟା 3ଘଟିକା 30 ମିନିଟ ସମୟରେ ଅଧା ବାଟରେ ଅଟକି ରହିଥିବା ରଥ କୁ ଭକ୍ତ ମାନେ ଗୁଣ୍ଡିଚା ମନ୍ଦିରକୁ ଟାଣି ନେଇଥିଲେ ତେବେ ମନ୍ଦିର ପ୍ରାଙ୍ଗଣ ଏବଂ ବଡଦାଣ୍ଡ ଭକ୍ତମାନଙ୍କରେ ନାହିଁ ନ ଥିବା ଜନ ସମାଗମ ଦେଖିବାକୁ ମିଳିଥିଲା | ତେବେ ବିଗତ ବର୍ଷ ପରି ଏବର୍ଷ ମଧ୍ୟ 10 ହଜାରରୁ ଉର୍ଦ୍ଧ ଭକ୍ତମାନଙ୍କର ସମାଗମ ଦେଖାଯାଇଥିଲା | କରଞ୍ଜିଆ ପୋଲିସ ପ୍ରଶାସନ ତରଫରୁ ସ୍ଥାନେ ସ୍ଥାନେ ପୋଲିସ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ | ଆସନ୍ତାକାଲି ପହଣ୍ଡି ବିଜେକରି ପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ | ଏହି ରଥଯାତ୍ରାରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ରଥ ଟଣା ସମୟରେ ସାହାଯ୍ୟ ଓ ସହଯୋଗ କରିଥିଲେ
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ମୟୁରଭଞ୍ଜ ଜିଲ୍ଲା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


