ରୁଙ୍ଗଟା ମାଇନସ, ତରଫରୁ STEELFORCE ଆନୁକୁଲ୍ୟରେ କମ୍ପାନୀ ର ଢେଙ୍କାନାଳ ରେ ଅବସ୍ଥିତି ଇସ୍ପାତ କାରଖନା ର ବିତରଣ ଶୁଭାରମ୍ଭ ଅବସରରେ ଏକ ବିତରକ ସମ୍ମିଳନୀ ତା 22.06.23ରେ ସ୍ଥାନୀୟ ହୋଟେଲ୍ ଦୂର୍ଗା ଠାରେ ଅନୁଷ୍ଠିତ ହୋଯାଇଅଛି । କଂପାନୀ ର ପ୍ଲାଣ୍ଟ ମୂଖ୍ୟ ଶ୍ରୀଯୁକ୍ତ ପି କେ ଚତୃବେଦି, ଶ୍ରୀ ଅରବିନ୍ଦ କୁମାର (CGM -Sales & Marketing), ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ଦଳାଇ (Regional Head Sales & Marketing) ତଥା କଂପାନୀ ର ଅନ୍ୟ ଅଧିକାରୀ ମାନେ ଏବଂ steelforce ତରଫରୁ ଶ୍ରୀଯୁକ୍ତ ସୁନିଲ ପଟ୍ଟନାୟକ, ବିଜୟ କୁମାର ପୁହାଣ ଏବଂ ସନ୍ତୋଷ କୁମାର ଅଗରୱାଲ ଙ୍କ ଉପସ୍ଥିତ ରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ।
ଶ୍ରୀ ସୁନିଲ ପଟ୍ଟନାୟକ ସ୍ଵାଗତ ସମବର୍ଦ୍ଧନା ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ ଅନୁଗୋଳ ଏବଂ ଢେ଼ଙ୍କାନାଳ ଜିଲ୍ଲାର ୧୨୦ଜଣ ବିତରକ ବନ୍ଧୁ ଉପସ୍ଥିତ ଥିଲେ।
ଶ୍ରୀ ଅରବିନ୍ଦ କୁମାର କଂପାନୀ ର ଉତ୍ପାଦ , କ୍ଷମତା ତଥା ଗୁଣବତ୍ତା ଉପରେ ଆଲୋକପାତ କରିଥିଲେ।
ଶ୍ରୀଯୁକ୍ତ ଦଳାଇ ବିତରଣ ତଥା ସମୟଭିତିକ ସେବା ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ।
ଶେଷରେ ଶ୍ରୀ ବିଜୟ କୁମାର ପୁହାଣ ଉପସ୍ଥିତି ଅଥିତି ମାନଙ୍କୁ ଧନ୍ୟବାଦ ତଥା କୃତଜ୍ଞତା ଜ୍ଞାପନ କରିଥିଲେ।