ବସ୍ତିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଘର ଓ ଦୋକାନ ଉପରେ ମାଡିଗଲା ପାଇଖାନା ଟାଙ୍କି ସଫା ଗାଡି
22/06/2023.
କଟକ ରୁ ରିପୋର୍ଟ୍ ଭ୍ରମର ବର ବେହେରା
କଟକ ୨୨।୬: କଟକ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ହରିଣପାର୍କ ବସ୍ତିରେ ଦୁର୍ଘଟଣା ଘଟିଛି । ଗୁରୁବାର ଭୋର୍ ସମୟରେ କଟକ ମହାନଗର ନିଗମର ପାଇଖାନା ଟାଙ୍କି ସଫା କରୁଥିବା ଗାଡ଼ି ଭାରସାମ୍ୟ ହରାଇ ବସ୍ତି ଭିତରକୁ ପଶିଯାଇଥିଲା । ଯାହାଫଳରେ ବସ୍ତିରେ ଗୋଟିଏ ଘର ଓ ଦୋକାନ ଘର ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇଯାଇଛି ।
ତେବେ ଏହି ଦୁର୍ଘଟଣାରେ ବସ୍ତିରେ ଜଣେ ଆହତ ହୋଇଥିବା ବେଳେ ଆଉ କିଛି ଲୋକ ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଛନ୍ତି । ଏହି ଦୁର୍ଘଟଣାରେ ମହାନଗର ନିଗମର ଡ୍ରାଇଭର ଆହତ ହୋଇଛନ୍ତି । ସେ ଏବେ ଏସସିବିରେ ଚିକିତ୍ସିତ ହେଉଛନ୍ତି । ତେବେ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡି ଚଲାଉଥିବା ବସ୍ତି ଲୋକ ଅଭିଯୋଗ କରିଛନ୍ତି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


