ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଫୁଟିଲା ଗୁଳି । କୋଚବିହାରର ଫାଲିମାରିରେ ଗୁଳିମାଡ଼ରେ ପ୍ରାଣ ହରାଇଲେ ପୋଲିଂ ଏଜେଣ୍ଟ ମାଧବ ବିଶ୍ବାସ । ସେହିପରି ମୁଶିଦାବାଦ ଜିଲ୍ଲା ଡୋମକଳର ୮ ନମ୍ବର ବୁଥରେ ଦୁଇ ଜଣ ଟିଏମସି କର୍ମୀ ଯାଉଥିବା ବେଳେ କଂଗ୍ରେସ କର୍ମୀମାନେ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି । ଏଥିରେ ଦୁଇ ଜଣ ଟିଏମସି କର୍ମୀ ଗୁରୁତର ଆହତ ହୋଇଛନ୍ତି ।
ଦୁଇ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପୋଲିସ ଓ କେନ୍ଦ୍ରୀୟ ବାହିନୀ ଯବାନ । ସେପଟେ ସିତାଇ ବିଧାନସଭାର ଦିନହାଟରେ ବାଲଟ ବାକ୍ସ ପୋଡ଼ିଦେଇଛନ୍ତି ଦୁର୍ବୃତ୍ତ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


