( କୋଇଲିକଣ ରୁ କୁତ୍ତାମଚଣ୍ଡୀ ରାସ୍ତା ସାଜିଛି ମରଣଯନ୍ତା |ଯାତାୟତ ସମ୍ପୂର୍ଣ ଠପ )
ଜଗତସିଂହପୁର
ତା =13/7/23
ଜଗତସିଂହପୁର ବ୍ଲକ ଶାଳୀଜଙ୍ଗ ପଞ୍ଚାୟତ ର କୋଇଲିକଣ ରୁ କୁତ୍ତାମଚଣ୍ଡୀ କୁ ସଂଯୋଗ କରୁଥିବା ଏକ କିଲୋମିଟର ମୁଖ୍ୟ କଚା ରାସ୍ତା ଏବେ ମରଣଯନ୍ତା ପଲୋଟିଛି |ଦୈନଦିନ ଏହି ରାସ୍ତା ଦେଇ ଚାରୋଟି ପଞ୍ଚାୟତ ର ଭାତପଡା, ଅଲଣା, ନହଡ଼ିପଡା, ଗଜରାଜପୁର, ଦୁବାଳ, ମହିରା, ଚାରିବାଟିଆ ଆଦି ସାତଟି ରାଜସ୍ବ ଗ୍ରାମର ହଜାର ହଜାର ଜନସାଧାରଣ ଓ ଛାତ୍ର ଛାତ୍ରୀ ଆଦର୍ଶ ବିଦ୍ୟାଳୟ, ସ୍ୱାସ୍ଥ୍ୟ କେନ୍ଦ୍ର, ଅଙ୍ଗନୱାର୍ଡି କେନ୍ଦ୍ର , ବିଭିନ୍ନ ସ୍ଥାନକୁ ଯାତାୟତ କରିଥାନ୍ତି | କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି ରାସ୍ତା ଟି ଏବେ ଆଣ୍ଠୁଏ କାଦୁଅ ରେ ପରିପୂର୍ଣ ହୋଇଥିବାରୁ ଅଞ୍ଚଳ ର ଜନସାଧରଣ ଗାଡି, ମୋଟର ସାଇକେଲ ଓ ଖାଲି ପାଦରେ ଯାତାୟତ କରିବା ସମ୍ଭବ ହେଉନାହିଁ |କୋଇଲିକଣ ରୁ କୁତ୍ତାମଚଣ୍ଡୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନିମନ୍ତେ ଅଂଚଳବାସୀ ଙ୍କ ତରଫରୁ ସ୍ଥାନୀୟ ବିଧାୟକ, ସାଂସଦ, ଜ଼ିଲ୍ଲାପାଳ, ଜ଼ିଲ୍ଲା ପରିଷଦ ସଭାପତି ଆଦି ଙ୍କୁ ଅନେକବାର ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି | ଅପରପକ୍ଷରେ ରାଜ୍ୟ ସରକାର ଗମନାଗମନ, ଶିକ୍ଷା, ସ୍ଵାସ୍ତ୍ୟ ଆଦି ମୌଳିକ ସମସ୍ୟା କୁ ପ୍ରାଥମିକ ଭାବେ ସମସ୍ତ କ୍ଷେତ୍ରରେ ଅଗ୍ରାଧିକାର ଦେଉଥିବା ବେଳେ ଶାଳୀଜଙ୍ଗ ପଞ୍ଚାୟତ ରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି | ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଅଂଚଳବାସୀ ଦାବି କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ