ଅମ୍ବାଭୋନା ବ୍ଲକ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ଅମ୍ବାଭୋନା ବ୍ଲକ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସମ୍ବର୍ଦ୍ଧନା ।

ଅମ୍ବାଭୋନା -୧୩/୦୭/୨୦୨୩-
ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକରେ ନୂତନ ଭାବରେ ଯୋଗ ଦେଇ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବନା ସାହୁଙ୍କୁ ଅମ୍ବାଭୋନା ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଜନତା ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁର୍ଗା ପ୍ରସାଦ ନାୟକ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବନା ସାହୁ , ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଲାଲ ମୋହନ ସିଂ, ଉନ୍ନୀତ ଉଚ୍ଚ ବିଦ୍ୟାଳୟ କର୍ଲ୍ଲାର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଅତୁଳ କୁମାର ରଥ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ଅତିଥିବୃନ୍ଦ ବିଘ୍ନ ବିନାଶକଙ୍କୁ ପୂଜାର୍ଚ୍ଚନା କରିବା ପରେ ଶିକ୍ଷକ ରାଧେଶ୍ୟାମ ବାରିକ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ।ନୂତନ ଭାବରେ ଯୋଗ ଦେଇ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରିବା ପରେ କପାଶିରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଞ୍ଚଳ ପ୍ରଧାନ,ଉତ୍ତମ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନା,ଭୈନାତୋରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବୁଲାଲ ପ୍ରଧାନ, ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ ରୁଚିଦାର ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେର, ଜନତା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୂର୍ଗା ପ୍ରସାଦ ନାୟକ ଶୁଭେଚ୍ଛା ଜ୍ଞାପନ କରିବା ସହିତ ବ୍ଲକର ଶିକ୍ଷାର ସ୍ଥିତି ବିଷୟରେ ଧାରଣା ଦେଇଥିଲେ। ସମ୍ମାନିତ ଅତିଥି ଅତୁଳ କୁମାର ରଥ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲ ମୋହନ ସିଂ ନିଜ ବକ୍ତବ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଉଚ୍ଚ ପ୍ରଶଂସା କରିବା ସହିତ ବିଦ୍ୟାଳୟରେ ଶିକ୍ଷାର ଉପଯୁକ୍ତ ବାତାବରଣ ସୃଷ୍ଟି କରିହେବ ବୋଲି ମତ ଦେଇ ଥିଲେ। ମୁଖ୍ୟ ଅତିଥି ଭାବନା ସାହୁ ଶିକ୍ଷାର ଉନ୍ନତି ନିମନ୍ତେ ସମସ୍ତ ଶିକ୍ଷା କର୍ମଚାରୀଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ନିଜ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାନଦୀ ଉଚ୍ଚ ବିଦ୍ୟାଳୟ ବାଞ୍ଜିପାଲିର ପ୍ରଧାନଶିକ୍ଷକ ପ୍ରେମ ସାଗର ଚୌଧୁରୀ, କେଦାରନାଥ ଆଦିବାସୀ ଉଚ୍ଚ ବିଦ୍ୟାଳୟ ଅମ୍ବାଭୋନାର ଦୀନବନ୍ଧୁ ପଣ୍ଡା,କମଳ ସିଂ ଦେଓ ଉଚ୍ଚ ବିଦ୍ୟାଳୟ ଲଖନପୁରର ପ୍ରଧାନ ଶିକ୍ଷକ ବିଶ୍ଵନାଥ ସାହୁ, ଦ୍ୱାରକାଧୀଶ ଉଚ୍ଚ ବିଦ୍ୟାଳୟର ଦ୍ୱାରୀର ଶିକ୍ଷକ ଅଶୋକ ପ୍ରଧାନ, ଅକ୍ଷୟ ପ୍ରଧାନ, ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ,କୁମ୍ବୋର ଶିକ୍ଷକ ହେମାନନ୍ଦ ନାଏକ, କେଦାରନାଥ ପଟେଲ,ଉନ୍ନୀତ ଉଚ୍ଚ ବିଦ୍ୟାଳୟ କର୍ଲ୍ଲାର ଶିକ୍ଷକ ରଞ୍ଜନ କୁମାର ପ୍ରଧାନ, ହେମଚନ୍ଦ୍ର ସାହୁ, ଭୈନାତୋରାର ଶିକ୍ଷକ ଅସୀମ ସାହୁ,ଜନତା ଉଚ୍ଚ ବିଦ୍ୟାଳୟ ଭୁକ୍ତାର ଶିକ୍ଷକ ସଂଜୟ ଖମାରୀ, ସୁବାସ ଚନ୍ଦ୍ର ଖମାରୀ, ତେଜରାମ ସା , ଜ୍ୟୋତିଶ୍ଚନ୍ଦ୍ର ପ୍ରଧାନ, ଅମୂଲ୍ୟ ଭୋଇ, ଅଙ୍କିତ ମହନ୍ତ, ରଞ୍ଜିତ ମୁନା, ପଦ୍ମଲୋଚନ ବିଶି,ଶିକ୍ଷୟିତ୍ରୀ ଅନିତା ପ୍ରଧାନ, ସଙ୍ଗୀତା ସାହୁ ଉପସ୍ଥିତ ଥିଲେ। ଶେଷରେ ଶିକ୍ଷକ ସଂଜୟ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଭୁକ୍ତା ଜନତା ହାଇ ସ୍କୁଲ ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update