ଭବାନୀପାଟଣା ବ୍ଲକ ଅଟାଙ୍ଗଗୁଡା ଉଚ୍ଚବିଦ୍ୟାଳୟ ପରିସରରେ ମମତା ହେଲଥ ଇନ୍ଷ୍ଟିଚିଉଟ ଫର ମଦର ଆଣ୍ଡ ଚାଇଲଡ ଅର୍ଗାନାଇଜେସନ ଦ୍ୱାରା ବିଦ୍ୟାଳୟ ର ସମସ୍ତ ଛାତ୍ରୀ ମାନଙ୍କୁ ନେଇ ଅକ୍ଷରା ଶକ୍ତି ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି.ସର୍ବପ୍ରଥମେ ମମତାର ଜିଲ୍ଲା ସଂଯୋଜିକା ବର୍ଷରାଣୀ ଦାଶ ଅଥିତି ମାନଙ୍କର ପରିଚୟ ପ୍ରଦାନ କରି ବା ସହ କାର୍ଯ୍ୟକ୍ରମ ର ମୌଳିକ ଲକ୍ଷ୍ୟ ଏବଂ ଉଦେଶ୍ୟ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିକହିଥିଲେ ଯେ ଝିଅ ମାନଙ୍କୁଉଚ୍ଚ ଶିକ୍ଷିତ କରିବା ସହ ଶିକ୍ଷ୍ୟା ର ମହତ୍ତ୍ୱ ବିଷୟରେ ସୌମେକ ଧାରଣା ପ୍ରଦାନ କରିବା ଏବଂ ଝିଅ ମାନଙ୍କୁ ବାଲ୍ୟ ବିବାହ ପ୍ରଥାକୁ ବ୍ୟାପକ ସଚେତନତା ମାଧ୍ୟମରେ ରୋକିବା.ଉକ୍ତ କାର୍ଯ୍ୟକ୍ରମ ରେ ଭବାନୀପାଟଣା ପୌରପାଳିକା ଶ୍ରୀମତୀ ସଂଯୁକ୍ତା ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମହତ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦେଶ୍ୟ ଉପରେ ନିଜର ବକ୍ତବ୍ୟ ରଖୀଥିଲେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷ୍ୟା ବିଭାଗର ଅଧିକାରୀ ଶ୍ରୀ ଜୟକୁମାର ମାଝୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଗୀତାଞ୍ଜଳି ପ୍ରଧାନ ଆଦି ଅତିଥି ଭାବେ ଯୋଗଦେଇ ଏହା ଏକ ମହତ କାର୍ଯ୍ୟକ୍ରମ ଉକ୍ତ କାର୍ଯ୍ୟକ୍ରମ ଟି କେବଳ ଆମବିଦ୍ୟାଳୟରେ ସୀମିତି ନରହି ଏହାକୁ ବ୍ୟାପକ ଭାବେ ସମଗ୍ର ଜିଲାରେ କରାଗଲେ ବହୁତ ଭଲ ହୁଅନ୍ତା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ. ପରେ ପରେ କୃତି ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯିବାସହ ମମତା ଦ୍ୱାରା ପ୍ରସ୍ତୁତ ନାରୀଶିକ୍ଷ୍ୟା ଏବଂ ବାଲ୍ୟ ବିବାହ ପ୍ରଥା ରୋକିବା ଉଦ୍ୟାଶରେ ଏକ କ୍ଷୁଦ୍ର ନାଟକ ପରିବେଷଣ ବେସ ଚିତାକର୍ଷକ ଏବଂ ଉପଭୋଗ୍ୟ ହୋଇଥିଲା.
ଭବାନୀପାଟଣା ରୁ ବି ତ୍ରିପତି ପାତ୍ରଙ୍କ ସହିତ ନାରାୟଣ ପ୍ରସାଦ ନାୟକ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।