ଚର୍ଚ୍ଚାରେ ଲୋକପ୍ରତିନିଧି ସନ୍ତୋଷ ପୁଟେଲ
ଦୁଇଟି ପଦବୀରେ ସମିତିସଭ୍ୟ ଓ ଗାଁସାଥି
ଗୋଲାମୁଣ୍ଡା, ( )
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନ ଚିଚିଆ ପଞ୍ଚାୟତରେ ଜଣେ ଲୋକପ୍ରତିନିଧି ଦୁଇଟି ପଦବୀରେ ଦୀର୍ଘ ଦିନରୁ ରହିଥିବା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସୂଚନାରୁ ପ୍ରକାଶ ପଞ୍ଚାୟତରେ ସମିତି ସଭ୍ୟ ରୂପେ ନିର୍ବାଚିତ ହୋଇଥିବା ସନ୍ତୋଷ ପୁଟେଲ ଏବେ ଦୀର୍ଘ ଦିନ ଧରି ଗାଁସାଥିରେ ନିଯୁକ୍ତି ପାଇଁ କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି । ଏନେଇ ଲୋକଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ପ୍ରକାଶ ପାଇଛି । ଲୋକଲୋଚନରେ ଚର୍ଚ୍ଚାର ବିଷୟ ହେଲାପରେ ସନ୍ତୋଷ ପୁଟେଲଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିବାରୁ ଦୁଇଟି ପଦବୀରେ ଜଣେ ଲୋକ ରହି ପାରିବେ ବୋଲି ଜିଲ୍ଲାର ପିଡ଼ି ତାଙ୍କୁ କହିଥିବା କଥା ପ୍ରକାଶ କରିଥିଲେ । ଦୀର୍ଘ ଏକ ବର୍ଷ ଧରି ସରକାରୀ ନିୟମ କୁ ଫୁ କରି କାହା ସାହସ ରେ କାର୍ଯ୍ୟ ସମ୍ପାଦନ ରହିଆସୁଥିଲେ ଏବେ ଅଞ୍ଚଳରେ ବୁଦ୍ଧି ଯିବି ମହରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏସମ୍ପର୍କରେ ଚିଚିଆ ପଞ୍ଚାୟତ ସରପଞ୍ଚ ମଦନ ପଟେଲଙ୍କୁ ଯୋଗାଯୋଗ କରିଥିବାରୁ ତାଙ୍କ କହିବା ଅନୁଯାଇ ସେ ଗାଁସାଥି ଓ ସମିତି ସଭ୍ୟ ଉଭୟ କାମ ତୁଲାଉଛନ୍ତି ବୋଲି ମତ ପ୍ରକାଶ ପାଇଛି । ଏହି ବିଷୟରେ ଗୋଲାମୁଣ୍ଡା ବିଡିଓ ଶ୍ରୀଧର ପଣ୍ଡାଙ୍କୁ ଫୋନ ଯୋଗେ ପଚାରିବାରୁ ଜଣେ ସମିତି ସଭ୍ୟ ଦୁଇଟି ପଦବୀରେ ରହି ପାରିବେକି ବୋଲି ପ୍ରଶ୍ନ ପଚାରିବାରୁ ଯେକୌଣସି ଗୋଟିଏ ପଦବୀ ହରାଇବାକୁ ପଡିବ ମୁଁ ଏ ବିଷୟରେ ସଙ୍ଗେ ସଙ୍ଗେ ଚିଠି କରୁଛି ବୋଲି ପ୍ରକାଶ କରିଥିଲେ । ଆଗକୁ ଦେଖିବାକୁ ବାକି ରହିଲା ବ୍ଲକ ପ୍ରଶାସନ ଦୁଇଟି ପଦଧାରୀଙ୍କ ଉପରେ କି ପଦକ୍ଷେପ ନେଉଛନ୍ତି।
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି kapurchansethia ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ