ରାସ୍ତା କଡ଼ରେ ମାଂସ କଟା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି
ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଦ୍ବାରସ୍ଥ ହୋଇଛନ୍ତି ଗାୟତ୍ରୀ ଆଶ୍ରମ ର ପ୍ରତିଷ୍ଠାତା ଏବଂ ଶ୍ରୀ ଜଗନ୍ନାଥ ପୁରୀଙ୍କ ବହି ର ଲେଖକ ପଣ୍ଡିତ ଶ୍ରୀ ଭାସ୍କର ଜୀ । ସୂଚନା ଯେ, ରାସ୍ତା କଡ଼ରେ ମାଂସ କଟା ଯାଉଥିବାରୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ମାଂସ କଟାକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଛନ୍ତି। ଯଦି ଏହି ମାଂସ କଟା ୧୫ ଦିନ ମଧ୍ୟରେ ବନ୍ଦ ନ କରାଯାଏ ତାହାଲେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ପଣ୍ଡିତ ଶ୍ରୀ ଭାସ୍କର ଜୀ ।