ରାଜରାସ୍ତାରେ ବଲାଣି ଠିକା ଶ୍ରମିକସଙ୍ଘର ସହସ୍ର ସଂଖ୍ୟାରେ ଶ୍ରମିକଙ୍କୁ ନେଇ ପଦଯାତ୍ରା

ରାଜରାସ୍ତାରେ ବଲାଣି ଠିକା ଶ୍ରମିକସଙ୍ଘର ସହସ୍ର ସଂଖ୍ୟାରେ ଶ୍ରମିକଙ୍କୁ ନେଇ ପଦଯାତ୍ରା।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳରେ ଆଜି ବଲାଣି ଶ୍ରମିକସଂଘର କାର୍ଯ୍ୟକାରୀ ସଭାପତି କମଳାପତି ଯାଦବ ଙ୍କ ନେତୃତ୍ୱରେ ସହସ୍ର ସଂଖ୍ୟାରେ ଶ୍ରମିକଙ୍କୁ ନେଇ ବଡ଼ବିଲ ରାଜରାସ୍ତାରେ ବିଶାଳ ରାଲି ଦେଖିବାକୁ ମିଳିଥିଲା, ପ୍ରଥମେ ଏହି ରାଲୀ ବଡବିଲ ତହସିଲ୍ କାର୍ଯ୍ୟାଳୟ କୁ ଆସି ବଡବିଲ ତହସିଲଦାର ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ପରେ ବଡବିଲ ରାଜରାସ୍ତାରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ଚାଲିଚାଲି ଯାଇ ବଡ଼ବିଲ ମାର୍କେଟ ନିକଟସ୍ତ ରୁଙ୍ଗଟା କମ୍ପାନୀ ସମ୍ମୁଖରେ ଧାରଣା ଦେଇ ରୁଙ୍ଗଟା କମ୍ପାନୀ ଉଦ୍ଦେଶ୍ୟରେ ଉକ୍ତ କମ୍ପାନୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ଉଭୟ ବଲାଣି ପୋଲିସ୍ ଓ ବଡବିଲ ପୋଲିସ୍ ବଳୟ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା।

କେନ୍ଦୁଝର ଜିଲ୍ଲା ବଡ଼ବିଲ ରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

Recent Post

Live Cricket Update