ବସୁଧା ଯୋଜନା ପାଲଟିଛି ପ୍ରହସନ , ପାଣି ଟୋପେ ପାଇଁ ଡହଳ ବିକଳ ବଡ଼କାଳିମାଟି ପଞ୍ଚାୟତ ବାସୀ

ବସୁଧା ଯୋଜନା ପାଲଟିଛି ପ୍ରହସନ , ପାଣି ଟୋପେ ପାଇଁ ଡହଳ ବିକଳ ବଡ଼କାଳିମାଟି ପଞ୍ଚାୟତ ବାସୀ

କେନ୍ଦୁଝର, ଖଣି ଖାଦାନ ଭରା ବାମେବାରୀ ଥାନା ଅନ୍ତର୍ଗତ କାଳିମାଟି ପଞ୍ଚାୟତ ରେ ଅନେକ ଖଣି ଓ କାରଖାନା ଥିବାରୁ ଏହି ଅଞ୍ଚଳରୁ କୋଟି କୋଟି ଟଙ୍କାର ରାଜସ୍ୱ ରାଜ କୋଷ କୁ ଯାଇଥାଏ । କିନ୍ତୁ ଏଅଞ୍ଚଳର ପ୍ରଗତି ରେ ସତେ ଯେମିତି ତାଲା ଲାଗି ଯାଇଛି । ଖଣି ଓ କାରଖାନା କମ୍ପାନୀ ଦ୍ବାରା ପ୍ରତାରିତ ହୋଇ ସାଧାରଣ ମୌଳିକ ସୁବିଧା ରୁ ବଞ୍ଚିତ ଏହି ଅଞ୍ଚଳବାସୀ । ସମସ୍ତ ଅଞ୍ଚଳର ସରକାର ମାଳମାଳ ଯୋଜନା କରିଛନ୍ତି କିନ୍ତୁ ପ୍ରଶାସନର ଉଦାସିନତା ଯୋଗୁଁ ଏସବୁ ଅଞ୍ଚଳରେ ଯୋଜନା କାର୍ଯ୍ୟକାରୀ ହୋଇ ପାରୁ ନାହିଁ । ଅବସ୍ଥା ଏମିତିଯେ ଆଜକୁ ୭ ସପ୍ତାହରୁ ଉର୍ଦ୍ଧ୍ବ ହେବ ଏହି ଅଞ୍ଚଳରେ ପାଇପାରୁ ନାହାନ୍ତି ପାନିୟ ଜଳ ଟୋପେ । ବାଧ୍ୟ ହୋଇ ଷୋଶ ମେଣ୍ଟାଇବା ପାଇଁ ଚୁଆ ପାଣି କୁ ଆପଣେଇବା ପାଇଁ ବାଧ୍ଯ ହୋଇଛନ୍ତି । ସୁଚନା ଅନୁଶାରେ ଏଠାରେ ବସୁଧା ଯୋଜନାରେ ପାଣି ଯୋଗାଇ ଦିଆଯାଉଥିଲା , କିନ୍ତୁ ରାସ୍ତା କାମ ସମୟରେ ପାଇପ ଫଟାଇ ଦେବା ଯୋଗୁଁ ୪୨ ଦିନ ରୁ ଉର୍ଦ୍ଧ୍ବ ହେଲା ଏ ଅଞ୍ଚଳବାସୀ ପାଣି ଟୋପେ ପାଇଁ ଡହଳ ବିକଳ ହେଉଥିବା ବେଳେ ବାରମ୍ବାର ପଞ୍ଚୟତ ଓ ଜଳ ଯୋଗାଣ ବିଭାଗକୁ ଯଣାଇ ଆସୁଥିଲେ ମଧ୍ୟ କୌଣଷି ସୁଫଳ ନାହିଁ । ଯାହା ପାଇଁ ସ୍ଥାନୀୟ ବାସିନ୍ଦା ଚୁଆ ପାଣି ପିଇ ରୋଗ ବେମାର ରେ ପଡ଼ୁଛନ୍ତି ।ଏହା ବ୍ୟତିତ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ତରଫରୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଗଠନ କରାଯାଇଛି,ଯୋଉଥିରେ ହଜାର ହଜାର କୋଟି ଟଙ୍କା ଗଛିତ ଥାଇ ମଧ୍ୟ ଖଣି ଅଞ୍ଚଳ ବଡ଼ କାଳିମାଟି ପଞ୍ଚାୟତ ବାସିନ୍ଦା ପାଣି ଟୋପେ ପାଇଁ ଡହଳ ବିକଳ ହେବା ନିତ୍ୟାନ୍ତ ପରିତାପର ବିଷୟ ଅଟେ । ତେଣୁ ପ୍ରଶାସନ ଏହାକୁ ଗମ୍ଭିରତା ର ସହ ବିଚାର କରି ଯଥାଶିଘ୍ର ଏ ଅଞ୍ଚଳରେ ପୁନର୍ବାର ପାଣିଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି |

କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update

You May Like This