କଟକ ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ ଆଣିଲା କଂଗ୍ରେସ

କଟକ ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ ଆଣିଲା କଂଗ୍ରେସ

କଟକ-ସାଧାରଣ ଲୋକଙ୍କ ପାଇଁ ଯେଉଁ ସରକାରୀ କାମ ସମ୍ଭବ ହେଉନି ସେହି ସରକାରୀ କାମ ଜିଲ୍ଲାପାଳଙ୍କ ପାଇଁ ଖୁବ ଶିଘ୍ର ହୋଇଯାଉଛି । ଏଭଳି ଅଭିଯୋଗ ଆଣିଛି କଟକ ଜିଲ୍ଲା କଂଗ୍ରେସ । କଟକ ଜିଲ୍ଲା କଂଗ୍ରେସ ସଭାପତି ଓ ଚାନ୍ଦିନୀଚୌକ ଅଞ୍ଚଳର କିଛି ବାସିନ୍ଦା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l ଜିଲ୍ଲାପାଳ ନିଜ ନାଁରେ ଥିବା ଖାସମାଲ ଜମିକୁ ସ୍ଥିତିବାନ ଜମିରେ ପରିଣତ କରିଥିବା ବେଳେ ସମ୍ପୃକ୍ତ ଅଞ୍ଚଳର ଶତାଧିକ ଲୋକଙ୍କ ଖାସମାଲ ଜମିର ପଟ୍ଟା ନବୀକରଣ କରୁନାହିଁ ପ୍ରଶାସନ । ବିଭିନ୍ନ ଆଳ ଦେଖାଇ ପ୍ରଶାସନ ସମ୍ପୃକ୍ତ ଅଞ୍ଚଳର ଖାସମାଲ ଜମିର ରେକର୍ଡ ମିଳୁନଥିବା କହୁଥିବା ବେଳେ ଜିଲ୍ଲାପାଳଙ୍କ ଜମିର କିସମ ପରିବର୍ତ୍ତନ ପାଇଁ କିଭଳି ରେକର୍ଡ ମିଳିଲା ବୋଲି ପ୍ରଶ୍ନ କରିଛି ।ଜିଲ୍ଲାପାଳ 2011 ମସିହାରେ ଆବେଦନ କରିଥିଲେ ଓ ତାଙ୍କ ଜମିର କିସମ ପରିବର୍ତ୍ତନ ହୋଇସାରିଛି । କିନ୍ତୁ ତାଙ୍କ ପୂର୍ବରୁ ଅର୍ଥାତ 2009 ମସିହାରେ ଆବେଦନ କରିଥିବା ଲୋକଙ୍କୁ ପ୍ରଶାସନ ଜମି ସମ୍ପର୍କିତ ତଥ୍ୟ ମିଳୁନଥିଵା କହୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଯଦି ପ୍ରଶାସନ ପକ୍ଷରୁ ଏଭଳି ଟାଳଟୁଳ ନୀତି ଅବଲମ୍ବନ କରାଯାଏ ତେବେ ପରିଣତି ଯାହା ହେବ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି କଂଗ୍ରେସ କହିଛି । ତେବେ କଂଗ୍ରେସର ଅଭିଯୋଗ ଉପରେ ଜିଲ୍ଲାପାଳ କିଛି ମନ୍ତବ୍ୟ ଦେବାକୁ ଉଚିତ ମଣୁନଥିବା କହିଛନ୍ତି ।

Recent Post

Live Cricket Update