୬୧ତମ ଜାତୀୟ ଆନ୍ତଃରାଜ୍ୟ କ୍ରୀଡ଼ା ଚମ୍ପିଅନଶିପରେ କନ୍ଧମାଳର ଶ୍ରାବଣୀଙ୍କୁ ତିନୋଟି ପଦକ ପ୍ରଦାନ

୬୧ତମ ଜାତୀୟ ଆନ୍ତଃରାଜ୍ୟ କ୍ରୀଡ଼ା ଚମ୍ପିଅନଶିପରେ କନ୍ଧମାଳର ଶ୍ରାବଣୀଙ୍କୁ ତିନୋଟି ପଦକ ପ୍ରଦାନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଗତ ବର୍ଷ ଜୁନ ୧୦ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ତାମିଲନାଡୁର ଚେନାଇ ଠାରେ ୬୧ ତମ ଜାତୀୟ ଆନ୍ତଃରାଜ୍ୟ କ୍ରୀଡା ଚମ୍ପିଅନଶିପ ଅନୁଷ୍ଠିତ ହୋଇଥିଲା । ସେଥିରେ ୨୦୦ ମିଟର ସ୍ପ୍ରିଣ୍ଟରେ ଶ୍ରାବଣୀ ନନ୍ଦ ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ। ତାମିଲନାଡୁର ଧନଲକ୍ଷ୍ମୀ ପ୍ରଥମ ହୋଇଥିବା ବେଳେ ଆସାମର ହିମା ଦାସ ଦ୍ଵିତୀୟ ଓ ମହାରାଷ୍ଟ୍ରର ଐଶ୍ବର୍ଯ୍ୟା କୈଳାଶ ମିଶ୍ର ତୃତୀୟ ହୋଇ ଥିଲେ । ତେବେ ସ୍ଵର୍ଣ୍ଣ ପଦକ ବିଜେତା ଧନଲକ୍ଷ୍ମୀ ଡୋପ ଟେଷ୍ଟରେ ବିଫଳ ହେବା ପରେ ତାଙ୍କ ପଦକ ପ୍ରତ୍ୟାହାର କରି ନିଆଯାଇଛି। ଫଳ ସ୍ଵରୂପ ଚତୁର୍ଥ ସ୍ଥାନରେ ଥିବା ଶ୍ରାବଣୀ ବ୍ରୋଞ୍ଚ ପଦକ ପାଇଛନ୍ତି । ଶ୍ରାବଣୀଙ୍କୁ ବିଳମ୍ବରେ ପ୍ରମାଣ ପତ୍ର ମିଳିଥିଲେ ମଧ୍ୟ ଅଦ୍ୟାବଧି ସୁଦ୍ଧା ବ୍ରୋଞ୍ଚ ପଦକ ମିଳି ପାରି ନାହିଁ ବୋଲି କହିଛନ୍ତି । ଆଜିକାଲି ଅନେକ ସ୍ପ୍ରିଣ୍ଟର ଡୋପ ଟେଷ୍ଟରେ ଧରା ପଡି ପଦକ ସହିତ ଖେଳରୁ ମଧ୍ୟ ବାଦ ପଡୁଛନ୍ତି । ଫଳରେ ଆନ୍ତର୍ଜାତିକ କ୍ରୀଡା କ୍ଷେତ୍ରରେ ଦେଶ ବଦନାମ ହେଉଥ‌ିବା ସାଧାରଣରେ ମତ ପ୍ରକାଶ ପାଉଛି । ସୂଚନାଯୋଗ୍ୟ, ନିକଟରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିଅମରେ ହୋଇଥିବା ୬୨ତମ ଜାତୀୟ ଆନ୍ତଃ ରାଜ୍ୟ କ୍ରୀଡା ଚମ୍ପିଅନଶିପରେ ଓଡିଶାକୁ ସମୁଦାୟ ୫ ଟି ପଦକ ମିଳିଥିବା ବେଳେ କେବଳ ଶ୍ରାବଣୀ ତିନୋଟି ପଦକ ଜିତିଥିବାର ସୌଭାଗ୍ୟ ଲାଭ କରିଛନ୍ତି । ସେ ଏହି ସଂସ୍କରଣରେ ୨୦୦ ମିଟର ଦୌଡ଼ରେ ସ୍ଵର୍ଣ,୧୦୦ ମିଟର ଦୌଡ଼ରେ ରୌପ୍ୟ ଓ ୧୦୦୪ ରିଲେ ଦୌଡ଼ରେ ବ୍ରୋଞ୍ଚ ପଦକ ଜିତି ଓଡିଶାକୁ ଗର୍ବିତ କରିବା ସହ ନିଜ ଜିଲା କନ୍ଧମାଳକୁ ମଧ୍ୟ ଗୋରବାନ୍ବିତ କରିପାରିଛନ୍ତି l

Recent Post

Live Cricket Update

You May Like This