ବ୍ଲକ୍ ରେ ସାଇକେଲ କାହାର ଜନସାଧାରଣ ରେ ଚର୍ଚ୍ଚା
ଶାରୀରିକ ବିକଳାଙ୍ଗ ପାଇଁ ଆସିଥିବା ଲକ୍ଷାଧିକ ଟଙ୍କାର ସାଇକେଲ ଖତରେ ପରିଣତ ହେବକି
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ କାର୍ଯ୍ୟଳୟ ପରିସରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଶାରୀରିକ ଭିର୍ଣ୍ଣକ୍ଷମ ମାନଙ୍କ ପାଇଁ ଆସିଥିବା ତିନି ଚକିଆ ସାଇକେଲ ବିକଳାଙ୍ଗ ଓ ଭିର୍ଣ୍ଣକ୍ଷମ ହୋଇ ପଡ଼ି ଖତ ଖାଉଛି। ସରକାର ଙ୍କର ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି ବିଭିନ୍ନ ପ୍ରକାରର ଅସହାୟଲୋକଙ୍କ ପାଇଁ କିନ୍ତୁ ଏହି ଯୋଜନାକୁ ଅଧିକାରୀ ମାନେ ପାଳନ କରୁଛନ୍ତି କି ନାହିଁ ତାହା ତଦାରଖ କରାଯାଉ ନଥିବା ଜଣାପଡିଛି। ଏହି ପରି ଏକ ଘଟଣା ବଅଁରପାଳ ବ୍ଲକରେ ଦେଖିବାକୁ ମିଳିଛି। ବ୍ଲକର ଏକ ପରିତ୍ୟକ୍ତ କୋଠରୀ ନିକଟରେ ଖୋଲା ଆକାଶ ତଳେ ପଚାଶରୁ ଉର୍ଦ୍ଧ୍ବ ତିନି ଚକିଆ ସାଇକେଲ ଖତ ଖାଉଛି।ଏହି ତିନି ଚକିଆ ସାଇକେଲ ଗୋଡ଼ିକୁ ଦେଖିଲେ ଅନୁମାନ କରାଯାଇପାରେ ଯେ ଏହା ଶାରୀରକ ବିକଳାଙ୍ଗ ମାନଙ୍କୁ ବିତରଣ କରିବା ପାଇଁ ଆସିଥିଲା ବ୍ଲକକୁ । ସାଇକଲର ପାର୍ଟ କଳଙ୍କି ଲାଗି ନଷ୍ଟ ହେବାକୁ ବସିଥିବା ବେଳେ ସାଇକେଲର ସିଟ ଖତ ହୋଇ ନଷ୍ଟ ବସିଲାଣି । ଏଠାରେ କଥା ଉଠୁଛି କି ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ବଡ଼ ବଡ଼ ଅଧିକାରୀ ନିଜର କାର୍ଯ୍ୟ ତୁଲାଉଛନ୍ତି ଓ ଲୋକଙ୍କ ପାଇଁ ଜିଲ୍ଲା ସ୍ତରରୁ ବିଭିନ୍ନ ଅଧିକାରୀ ଆସୁଛନ୍ତି କିନ୍ତୁ କାହାର ନଜରରେ କିପରି ଆସୁନାହିଁ ତାହା ଏବେ ବ୍ଲକ୍ କୁ ଆସୁଥିବା ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


