ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବ୍ଲକ୍ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ।
ଅନୁଗୋଳ ଜିଲ୍ଲା ବଅଁରପାଳ ଆଜି ପୂର୍ବାହ୍ନରେ ପ୍ରୋଗ୍ରାମ ଅଧିକାରିଣୀ ତଥା ବିଡିଓ ଶ୍ରିମତୀ ଏଲିଜା ମିଶ୍ରଙ୍କ ତତ୍ତ୍ବବଧାନରେ ପଞ୍ଚାୟତ ସମିତି ପରିସରରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ଏବଂ ପଞ୍ଚଦଶ ଅର୍ଥ କମିଶନଙ୍କ ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ପ୍ରଧାନ (ରାଜସ୍ଵ) ଯୋଗ ଦେଇଥିବା ସହ ଜିଲ୍ଲା ସାମାଜିକ ସମିତି ସୁଧାଂଶୁ ଶେଖର ସ୍ଵାଇଁ ଲୋକପାଲ ବିଭୁତି ରମଣ ପଟ୍ଟନାୟକ ଏବଂ ବ୍ଲକ ଅଧକ୍ଷ ବୀଜୟ ନାଥ ଉପସ୍ଥିତ ଥିଲେ। ସର୍ବ ପ୍ରଥମ କାର୍ଯ୍ୟକ୍ରମ ର ସ୍ଵଚ୍ଛତା କେତେ, କେତେ ଲୋକ ଏହି କାର୍ଯ୍ୟକ୍ରମରେ ସଂସଲିଷ୍ଟ ହେଉଛନ୍ତି ଓ ଯେଉଁ ନିର୍ଦିଷ୍ଟ କାମ ପାଇଁ ଅର୍ଥ ଆସିଥିଲା ତାହା ଠିକ୍ କାମରେ ବିନିଯୋଗ ହେଉଛି କି ନାହିଁ ତାହା ଏହି ସାମାଜିକ ସମୀକ୍ଷା ଦ୍ଵାରା ଯାଞ୍ଚ କରାଯାଇପାରିବ ବୋଲି କହିଥିଲେ। ଏପିଓ ବାବୁଲି ସାହୁ ୩୫ ଟି ପଞ୍ଚାୟତ କୁ ହାତରେ ନିଆଯାଇଥିବା କାର୍ଯ୍ୟକ୍ରମକୁ ମତ ପ୍ରକାଶ କରିଥିଲେ। ତେବେ ମତାମତ ନେବା ବେଳେ ବାଉଳିଗଡ଼ ପଞ୍ଚାୟତ ସରପଞ୍ଚ ଅମରେନ୍ଦ୍ର ଗଡନାୟକ ମନ ରେଗା କାମ ଉପରେ ଅସନ୍ତୋଷ ଝାଡ଼ି ଥିଲେ। ଅଫିସ ପକ୍ଷରୁ ସହଯୋଗ ମିଳୁ ନଥିବାରୁ ପ୍ରାୟ ଦେଢ ବର୍ଷ ଭିତରେ. ୮୦ ଲକ୍ଷ୍ୟ ଟଙ୍କା ର ମେଟେରିଅଲ ବିଲ ରୁ ମାତ୍ର ୩ ଲକ୍ଷ୍ୟ ଟଙ୍କା ପାଇଥବା ବେଳେ ଶାସିତ କଣ୍ଠରେ କହିଥିଲେ। ତେବେ ବୈଠକରେ ଆଗାମୀ ଦିନରେ ପ୍ରତି ପଞ୍ଚାୟତରେ ପାର୍କ, ଦୋଳି, ଗଚ୍ଛ ଲାଗିବା ସହ ବିଭିନ୍ନ ଜୀବ ଜନ୍ତୁ ଙ୍କ ପ୍ରତିମୂର୍ତ୍ତୀ, ଓପନ୍ ଜିମ ଔଷଧୀୟ ବୃକ୍ଷ ରୋପଣ ଏବଂ ଅତିଥି ମାନେ ଗୁରୁତ୍ଵ ଦେଉଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟ ଆବାହନରେ କହିଥିଲେ ଏହି ମନରେଗା ରେ ଅଧିକ ରୁ ଅଧିକ ଶ୍ରମିକ ଯୋଡ଼ିବା ଗରିବ ମୁହଁ ରେ ହସ ଫୁଟିଲେ ଆମର ସଫଳତା ବୋଲି ଭାବିବା ଓ ସରକାରଙ୍କ ଯୋଜନାକୁ ଜନସାଧାରଣ ମାନଙ୍କ ପାଖରେ ସଠିକ ଭାବରେ ପହଞ୍ଚିବାକୁ ବିଡିଓ ସରପଞ୍ଚଙ୍କ ଦୃଷ୍ଟି ଅକର୍ଷଣ କରିଥିଲେ। ଏବିଡିଓ ମାଧବା ନନ୍ଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜକ ପଞ୍ଚାୟତ ସମିତି ବଅଁରପାଳ ଓ ଓସାକ ଭୁବନେଶ୍ବର ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ଶୁଣାଣି ରେ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ର ସଦସ୍ୟ ଭି. ଆର. ପି. ଜି ଆର. ଏସ୍ ଆଦି ଉପସ୍ଥିତ ଥିବା ସହ ବ୍ଲକ ର ସମସ୍ତ ବିଭାଗର ଅଧିକାରୀ ସାମିଲ ଥିଲେ। ତେବେ ବିଡିଓ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ ଦେଇଥିବା ସମସ୍ତ ପଞ୍ଚାୟତ ଅଧିକାରୀ ମାନଙ୍କୁ ନିଜର ମତାମତ ରଖିବେ ବୋଲି କହିବା ସ୍ଵତେ ହାତ ଗଣତି ଦୁଇଜଣଙ୍କ ମତାମତ ଦେଇଥିବା ବେଳେ ଅନ୍ୟମାନେ ଚୁପ ରହିବା ଦେଖି ସମସ୍ତ ଅଧିକାରୀ ଦୁଃଖିତ ହେବାର ନଜରରେ ଆସିଥିଲା।